Latest Odisha News

BREAKING NEWS

ସୁପରଷ୍ଟାର ପ୍ରଭାସ୍ ଓ ୯୫୦ କୋଟି ଟଙ୍କା !

ହାଇଦ୍ରାବାଦ: ପ୍ରଭାସଙ୍କ ଉପରେ ଲାଗିଛି ୯୫୦ କୋଟି ଟଙ୍କା । ହେଲେ କୌଣସି ସଟ୍ଟା କି ଜୁଆଖେଳରେ ନୁହେଁ । ବରଂ ପ୍ରଭାସଙ୍କର କିଛି ଅପକମିଂ ଫିଲ୍ମର ବଜେଟ୍ ରହିଛି ୯୫୦ କୋଟି ଟଙ୍କା । ଫିଲ୍ମ ବାହୁବଲିର ସଫଳତା ପରେ ପ୍ରଭାସଙ୍କ କ୍ୟାରିୟର ଗ୍ରାଫ ଉପରକୁ ଉଠିବାରେ ଲାଗିଛି । ତାଜା ସ୍ଥିତିରେ ପ୍ରଭାସ କିଛି ବଛାବଛା ଫିଲ୍ମରେ ସାଇନ୍ କରିଛନ୍ତି । ଯାହାର ବଜେଟ୍ ହଜାରେ କୋଟିରୁ ସାମାନ୍ୟ କମ୍ ରହିଛି ।

ରାଧେଶ୍ୟାମ (ବଜେଟ୍‌-୩୦୦ କୋଟି)
ଫିଲ୍ମ ରାଧେଶ୍ୟାମର ଫାଷ୍ଟଲୁକ୍ ରିଭିଲ୍ ହୋଇଥିଲାବଳେ ସାରା ବିଶ୍ୱରେ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ପିରିଅଡିକାଲ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ୟୁରୋପରେ ସରିଛି । ରାଧା କ୍ରିଷ୍ନା କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ପୂଜା ହେଗଡେ, ସଚ୍ଚିନ ଖେଡକର, ମୁରଲି ଶର୍ମା, ଭାଗ୍ୟଶ୍ରୀ ଓ କୁନାଲ ରୟ କାପୁରଙ୍କ ଭଳି ଜଣାଶୁଣା କଳାକାରଙ୍କୁ ଦେଖିବାକୁ ମିଳିବ ।

ପ୍ରଭାସ୍ ୨୧ (ବଜେଟ୍‌- ୪୦୦କୋଟି)
ମହାନତି ହେଲ୍‌ମର୍ ନାଗ ଅଶ୍ୱୀନଙ୍କ ଦ୍ୱାରା ନିର୍ଦ୍ଦେଶିତ ପ୍ରଭାସ୍ ୨୧ । ଏହି ସାଇନ୍ସ ଫିକ୍ସନ୍ ଫିଲ୍ମରେ ଟାଇମ୍ ଟ୍ରାଭେଲ ଭଳି କାହାଣୀ ରହିଛି । ଏଥିରେ ପ୍ରଭାସ୍‌ଙ୍କ ଅପୋଜିଟ୍‌ରେ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିବ । ଫିଲ୍ମର କାହାଣୀରେ ଏତେଟା ନୂତନତ୍ୱ ନଥିଲେ ବି ବଜେଟ ୪୦୦ କୋଟି ରହିଛି । ତେବେ ପ୍ରଭାସଙ୍କ ଉପସ୍ଥିତି ବୋଧ ହୁଏ ଏହି ଫିଲ୍ମରେ କିଛିଟା କରିଶ୍ମା ଦେଖାଇପାରେ ।

ଆଦିପୁରୁଷ (ବଜେଟ୍‌- ୨୫୦ କୋଟି)
ଆଗକୁ ଆସୁଛି ଫିଲ୍ମ ଆଦିପୁରୁଷ । ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ରାମାୟଣ ଉପରେ ଆଧାରିତ । ଥ୍ରୀଡି ଭର୍ସନରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ କିର୍ତ୍ତୀ ସୁରେଶଙ୍କୁ ପ୍ରଭାସଙ୍କ ଅପୋଜିଟରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.