ଭୁବନେଶ୍ୱର: ଆଗାମୀ ତିନି ଘଣ୍ଟା ମଧ୍ୟରେ ଓଡ଼ିଶାର ପ୍ରାୟ ୧୦ ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ବୁଧବାର ସକାଳେ ଏକ ସତର୍କ ସୂଚନା ଜାରି କରିଛି।
ଏହି ପାଣିପାଗ ସୂଚନା ଅନୁଯାୟୀ ଭୁବନେଶ୍ୱର ଓ କଟକ ସହର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଛି।
ସକାଳ ୧୦:୦୫ରେ ଜାରି କରାଯାଇଥିବା ଏକ ବାର୍ତ୍ତାରେ, IMD ଜଗତସିଂହପୁର, କନ୍ଧମାଳ, ନୟାଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, ଖୋର୍ଦ୍ଧା (ଭୁବନେଶ୍ୱର), କଟକ ଏବଂ ପୁରୀ ଜିଲ୍ଲା ପାଇଁ ଆଗାମୀ ତିନି ଘଣ୍ଟା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି।
ପାଣିପାଗର ସ୍ଥିତି ଖରାପ ହେଲେ ସେଥିପ୍ରତି ନଜର ରଖିବାକୁ ଏବଂ ନିଜର ସୁରକ୍ଷା ପାଇଁ ସେହି ଅନୁଯାୟୀ ଯୋଜନା କରିବାକୁ ବିଭାଗ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।


Comments are closed.