Latest Odisha News

BREAKING NEWS

ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା: ଜାଣନ୍ତୁ, ଆଜି ରାତିରେ କେଉଁସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା !

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ ରବିବାର ରାତିରେ ଓଡ଼ିଶାର ଅନେକ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି ।

ରବିବାର ରାତି ୮ଟା ୩୦ରୁ ରାତି ୧୧ଟା ୩୦ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରିଛି ଭୂବନେଶ୍ୱସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଯେଉଁସବୁ ଜିଲ୍ଲା ଗୁଡ଼ିକରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ରାଜ୍ୟର କେନ୍ଦ୍ରାପଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବୃଷ୍ଟିପାତ ଜାରି ରହିବ । ସେହିପରି ଭାବେ ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, କଟକ, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା (ଭୁବନେଶ୍ୱର ସହର ସମେତ), ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲା

ଏହି ସମୟରେ ନିରାପଦ ସ୍ଥ୍‌ାନରେ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ।

Leave A Reply

Your email address will not be published.