Latest Odisha News

BREAKING NEWS

କରୋନା ମୁକାବିଲା; ସାଂସଦ ଉନ୍ନୟନ ପାଣ୍ଠିରୁ ଅର୍ଥ ସହାୟତା ଲାଗି ରାଜ୍ୟସଭା ସାଂସଦମାନଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ

ନୂଆଦିଲ୍ଲୀ: ରାଜ୍ୟକୁ ଫେରୁଥିବା ବା ବାଟରେ ଅଟକିଥିବା ଦାଦନ ଶ୍ରମିକମାନଙ୍କୁ ଖାଦ୍ୟ ଓ ଆବାସ ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଜନସାଧାରଣଙ୍କୁ ଉପରାଷ୍ଟ୍ରପତି ନିବେଦନ କରିଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସମସ୍ତ ରାଜ୍ୟସଭା ସାଂସଦଙ୍କୁ ପ୍ରାଥମିକ ଭାବେ ସେମାନଙ୍କ ସ୍ଥାନୀୟ ବିକାଶ ପାଣ୍ଠିରୁ କୋଭିଡ-୧୯ର ମୁକାବିଲା ପାଇଁ ଅନ୍ୟୁନ ୧ କୋଟି ଟଙ୍କା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

ସାଂସଦମାନଙ୍କୁ ଲେଖିଥିବା ପତ୍ରରେ କରୋନା ସଂକ୍ରମଣର ଭୟାବହତା ତଥା ସେଥିପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଦୃଷ୍ଟିରୁ ଏଭଳି କରିବାକୁ ଶ୍ରୀ ନାଇଡୁ ସାଂସଦମାନଙ୍କୁ ନିବେଦନ କରିଛନ୍ତି ।

କୋଭିଡ-୧୯ର ସଫଳ ମୁକାବିଲା ନିମନ୍ତେ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଥିପାଇଁ ସମ୍ବଳ ସଂଗ୍ରହ କରାଯାଉଥିବା ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହାବ୍ୟତୀତ ଶ୍ରୀ ନାଇଡୁ ପିଏମ କେୟାର୍ସ ଫଣ୍ଡକୁ ଆପଦ କାଳୀନ ସାମର୍ଥ୍ୟ ବୃଦ୍ଧି ପାଇଁ ଦାନ ଦେବାକୁ ସାଧାରଣ ଲୋକଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

ଏହାଛଡା ଏଭଳି ଘଡିସନ୍ଧି ମୁହୂର୍ତରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିବା ସହ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିୟମାବଳୀଗୁଡିକୁ କଡାକଡି ପାଳନ କରିବାକୁ ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କଲ୍ୟାଣ ପାଣ୍ଠିକୁ ସମାଜର ବିଭିନ୍ନ ସ୍ତରରେ ଥିବା ଲୋକମାନଙ୍କ ଆକୁଣ୍ଠିତ ସାହାଯ୍ୟ ସହଯୋଗ ପାଇଁ ସେ ସାଧୁବାଦ ଜଣାଇଛନ୍ତି ।

ରାଜ୍ୟ ସରକାର ଓ ବିଭିନ୍ନ ମାନବହିତୈସୀ ସଂଗଠନ ବିଭିନ୍ନ ରାଜ୍ୟରୁ ଆସୁଥିବା ଦାଦନ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇବାକୁ ମଧ୍ୟ ନିବେଦନ କରିଛନ୍ତି ।

ଶ୍ରମିକମାନଙ୍କ ସୁବିଧା ଅସୁବିଧା ନେଇ ଶ୍ରୀ ନାଇଡୁ କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଓ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.