Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ ଜାମ୍ମୁ କାଶ୍ମୀର, ବିଭିନ୍ନ ସ୍ଥାନରେ ଭୂସ୍ଖଳନ

ଶ୍ରୀନଗର: ଗତ ଚାରି ଦିନ ଧରି ଜାମ୍ମୁ କାଶ୍ମୀରରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ପୁରା ଜାମ୍ମୁ କାଶ୍ମୀର । ସେପଟେ ଭାରୀ ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଭୂସ୍ଖଳନ କାରଣରୁ ୨୦ରୁ ଅଧିକ ଘର ଧସିଯାଇଥିବା ବେଳେ କିଛି ଘର ଭୁଶୁଡ଼ିବା ସ୍ଥିତିରେ ରହିଛି । ଏହି ବିପର୍ଯ୍ୟୟରେ ବାରାମୂଳା, କିଶ୍ଚଓ୍ଵର ଓ ରିୟାସୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ସୂଚନା ଅନୁସାରେ, ଗତ ତିନି ଦିନ ହେବ ଜମ୍ମୁ କଶ୍ମୀରରେ ବର୍ଷା ଜାରିରହିଛି । ଗନ୍ଦେରବଲ ଜିଲ୍ଲାରେ ବରଫ ଝଡ଼ ଦେଖାଦେଇଛି। ବରଫଝଡ଼ ଯୋଗୁଁ ରାସ୍ତାଘାଟ ଅବରୋଧ ହୋଇଥିବା ସୂଚନା ରହିଛି । ରାସ୍ତାରେ ଏକାଧିକ ସ୍ଥାନରେ ଭୂସ୍ଖଳନ କାରଣରୁ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥ ଗତ ତିନି ଦିନ ହେବ ବନ୍ଦ ରହିଛି । ମେହେର, ଗଙ୍ଗରୁ, ମମପାସି, କିସ୍ତୱାଡ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଥିଲା । ସେପଟେ କୁପୱାଡାରେ ଜଳ ସ୍ତର ହ୍ରାସ ପାଇବା ପରେ ଲୋକମାନେ ନିଜ ନିଜ ଘରକୁ ଫେରିଛନ୍ତି । ତଥାପି ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିପାରି ନାହି।ବିଭିନ୍ନ ଜିଲ୍ଲାରେ ସ୍କୁଲ୍-କଲେଜ ଛୁଟି ଘୋଷଣା କରାଯାଇଛି । କଶ୍ମୀର ୟୁନିର୍ଭସିଟିରେ ୩୦ ଏପ୍ରିଲରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି ।

ସେହିପରି ଡୋଡା, ରାମବନ୍ ଓ ରିୟାସୀ ଗୁଲାବଗଡରେ ୪ ଜଣ ବ୍ୟକ୍ତି ନଦୀ ସ୍ରୋତରେ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେବଳ ଏତିକି ନୁହେଁ, ଭୂସ୍ଖଳନ, ଘର ଭୁଶୁଡ଼ିବା ଏବଂ ଖାଇକୁ ବସ୍‌ ଖସିପଡ଼ିବା ଆଦି ବିଭିନ୍ନ କାରଣରୁ ୧୨ ଶିଶୁଙ୍କ ସମେତ ୨୨ ଜଣ ଲୋକ ଆହତ ହୋଇଛନ୍ତି । ସେହିପରି କୁପୱାଡ଼ାରେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୩୩୬ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

 

 

Leave A Reply

Your email address will not be published.