Latest Odisha News

BREAKING NEWS

ରେକର୍ଡ ଭାଙ୍ଗିଲା ଓଡିଶା ତାତି, ୪୬ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାଲେଶ୍ଵର

ଭୁବନେଶ୍ଵର: ରେକର୍ଡ ଭାଙ୍ଗିଲା ଓଡିଶା ତାତି । ୪୬ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାଲେଶ୍ଵର । ଚଳିତବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା । ନିଆଁ ବର୍ଷାରେ ଭିଜିଛି ବାଲେଶ୍ଵର ଜିଲ୍ଲା । ସେପଟେ ଚଳିତବର୍ଷ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ମଧ୍ୟ ୪୫ ଡିଗ୍ରୀ ଅତିକ୍ରମ କରି ରେକର୍ଡ ଭାଙ୍ଗିଛି । ଦିନ ସାଢେ ୨ଟା ସୁଦ୍ଧା ବାଲେଶ୍ଵରରେ ସର୍ବଚ୍ଚୋ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ଵରରେ ୪୫.୪ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଝାରସୁଗୁଡାରେ ୪୪.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୪୩.୬ ଡ଼ିଗ୍ରୀ, ରାଉରକେଲାରେ ୪୩.୨ ଡ଼ିଗ୍ରୀ, ସମ୍ବଲପୁରରେ ୪୩.୨ ଡ଼ିଗ୍ରୀ, କେନ୍ଦୁଝରରେ ୪୩ ଡ଼ିଗ୍ରୀ, ପୁରୀରେ ୩୫.୧ ଡ଼ିଗ୍ରୀ, ଗୋପାଳପୁରରେ ୩୩.୬ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆଜି ବାଲେଶ୍ୱର ରେକର୍ଡ ହୋଇଥିବା ୪୬ ଡ଼ିଗ୍ରୀ ତାପମାତ୍ରା ହେଉଛି ଚଳିତ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ଏହା ପୂର୍ବରୁ ୨୦ ଅପ୍ରେଲ ୨୦୧୦ ରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

Leave A Reply

Your email address will not be published.