ଭୁବନେଶ୍ବର: କ୍ଷୀର ଏବଂ କିସମିସ୍ ଉଭୟ ପୁଷ୍ଟିକର ପଦାର୍ଥରେ ଭରପୂର ଅଟେ । କିନ୍ତୁ ଏହାକୁ ଏକାଠି ସେବନ କଲେ ଏହା ଶରୀରକୁ ଅନେକ ଚମତ୍କାର ଲାଭ ଦେଇଥାଏ। ବିଶେଷକରି ରାତିସାରା କ୍ଷୀରରେ କିସମିସ୍ ଭିଜାଇ ସକାଳେ ଖାଲି ପେଟରେ ଖାଇଲେ ଏହା ପାଚନ,ରୋଗ ପ୍ରତିରୋଧକ ଶକ୍ତି, ହାଡ଼ ଏବଂ ଏନର୍ଜି ସ୍ତରକୁ ଉନ୍ନତ କରିବାରେ ସାହାଯ୍ୟ କରେ।
ଏଥିସହ ଏହା ରକ୍ତହୀନତା, ହାଡ଼ ଦୁର୍ବଳତା, ପାଚନ ସମସ୍ୟା, ଥକ୍କାପଣ କିମ୍ବା ଦୁର୍ବଳ ପ୍ରତିରକ୍ଷାରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ। ଏହା ପାର୍ଶ୍ୱ ପ୍ରତିକ୍ରିୟା ବିନା ଶରୀରକୁ ଭିତରୁ ଶକ୍ତିଶାଳୀ କରିଥାଏ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ।
-କିସମିସରେ ଭରପୂର ପରିମାଣରେ ଆଇରନ୍ ଥାଏ । ଏହା ହିମୋଗ୍ଲୋବିନ୍ ବୃଦ୍ଧି କରିବାରେ ସାହାଯ୍ୟ କରେ। କ୍ଷୀର ସହିତ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଆଇରନ୍ ର ଅବଶୋଷଣ ଆହୁରି ଭଲ ହୁଏ।
-କ୍ଷୀରରେ କ୍ୟାଲସିୟମ ଏବଂ କିସମିସରେ ବୋରନ ମିଳିଥାଏ, ଯାହା ହାଡ଼କୁ ମଜବୁତ କରେ ଏବଂ ଅଷ୍ଟିଓପୋରୋସିସରୁ ରକ୍ଷା କରେ ।
-ଏହି କିସମିସରେ ଫାଇବର ଥାଏ । ଯାହା କୋଷ୍ଠକାଠିନ୍ୟ ଏବଂ ବଦହଜମୀ ଭଳି ସମସ୍ୟାକୁ ଦୂର କରିଥାଏ। ଏହାକୁ କ୍ଷୀର ସହିତ ସେବନ କରିବା ଦ୍ୱାରା ଅନ୍ତନଳୀ ସଫା ହେବାରେ ମଧ୍ୟ ସାହାଯ୍ୟ ମିଳିଥାଏ।
-କିସମିସ୍ ଏବଂ କ୍ଷୀର ଉଭୟରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏବଂ ଥଣ୍ଡା ଏବଂ କାଶ ଭଳି ରୋଗରୁ ରକ୍ଷା କରେ।
-କିସମିସରେ ଗ୍ଲୁକୋଜ୍ ଏବଂ ଫ୍ରୁକ୍ଟୋଜ୍ ଭଳି ପ୍ରାକୃତିକ ଚିନି ଥାଏ । ଯାହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ। କ୍ଷୀର ସହିତ ସେବନ କଲେ ଏହା ଆହୁରି ପ୍ରଭାବଶାଳୀ ହୋଇଯାଏ।
ଏପରି ସେବନ କରନ୍ତୁ..
ରାତିରେ ଏକ ଗ୍ଲାସ୍ କ୍ଷୀରରେ ୫-୭ଟି କିସମିସ୍ ଭିଜାଇ ରଖନ୍ତୁ। ସକାଳେ ଖାଲି ପେଟରେ କ୍ଷୀର ସହିତ କିସମିସ୍ ଖାଆନ୍ତୁ।
ନିୟମିତ ସେବନ କିଛି ସପ୍ତାହ ମଧ୍ୟରେ ପରିବର୍ତ୍ତନ ଆଣିବ।
Comments are closed.