Latest Odisha News

BREAKING NEWS

ରାଜ ବବ୍ବରଙ୍କ ଦଳ ବଦଳକୁ ନେଇ ଚର୍ଚ୍ଚା, ଝିଅ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କିଛି ସମୟ ପରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ହେଲେ କଂଗ୍ରେସ ପାର୍ଟିର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦଳର ଅନେକ ନେତା ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ୁଥିବା ବେଳେ ଶାସକ ଦଳକୁ ଟକ୍କର ଦେଇ ଗଢ଼ିଥିବା ଇଣ୍ଡିଆ ମେଣ୍ଟରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଏବେ ଅସନ୍ତୁଷ୍ଟ ନେତାଙ୍କ ଭିତରେ ପୂର୍ବ ସାଂସଦ ଏବଂ ବରିଷ୍ଠ କଳାକାର ରାଜ ବବ୍ବର ନାଁ ମଧ୍ୟ ଏଥିରେ ଯୋଡ଼ି ହୋଇଯାଇଛି । ଚର୍ଚ୍ଚା ହେଉଛି କି ବହୁତ ଜଲଦି କଂଗ୍ରେସ ଦଳ ଛାଡ଼ି ଅନ୍ୟ ଦଳକୁ ଯାଇପାରନ୍ତି । ରାଜ ବବ୍ବରଙ୍କ ଝିଅ ତଥା ଅଭିନେତ୍ରୀ ଜୁହି ବବ୍ବର ସମାନ ସଂକେତ ଦେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଜୁହି ବବ୍ବର କହିଛନ୍ତି ତାଙ୍କ ପିତା ରାଜ ବବ୍ବର କିଛି ଦିନ ହେବ ରାଜନୀତିରେ ସକ୍ରିୟ ନାହାଁନ୍ତି । ଚୁପ ଅଛନ୍ତି । ଜୁହିଙ୍କ କହିବା ଅନୁସାରେ ସେ ପରିବାରକୁ ସମୟ ଦେଉଛନ୍ତି । ତାଙ୍କ ବାପା ରାଜନୀତି କ୍ଷେତ୍ରରେ ବେଶ ସକ୍ରିୟ ଏବେ ସେ ଚୁପ ଅଛନ୍ତି । ସମୟ ଆସିବ ସେ ପୁଣି ଆଗକୁ ଆସିବେ ଏବଂ ଆସନ ପାଇଁ ଜୋରଦାର ଲଢ଼େଇ କରିବେ ।

ଜୁହୀ ବବ୍ବର ଗଣମାଧ୍ୟମରେ କହିଛନ୍ତି ତାଙ୍କ ବାପା କଂଗ୍ରସରେ ଥିଲେ ଏବଂ ଅଛନ୍ତି । ହେଲେ ନିଜ କଥାକୁ ପଚାରିବାରୁ ଆଡେଇ ଦେଇଥିଲେ ଜୁହୀ । ସଙ୍ଗମ ସହର ପ୍ରୟାଗରର ମୋତିଲାଲ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ତାଙ୍କ ନାଟକ ଆପକି ସୟାରା ମଞ୍ଚକୁ ଆସିଥିବା ଜୁହି ବାବର ମଧ୍ୟ ଏଠାରେ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ କାମ କରୁଛନ୍ତି, ସେଥିପାଇଁ ଲୋକମାନେ ତାଙ୍କୁ ପସନ୍ଦ କରୁଛନ୍ତି। ତାଙ୍କ ଶାସନ ଅଧୀନରେ ଘଟିଥିବା ବିକାଶ ମଧ୍ୟ ଦୃଶ୍ୟମାନ ହେଉଛି | ସେ ମଧ୍ୟ ପ୍ରୟାଗର ବିକାଶ ହେତୁ ଘଟୁଥିବା ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୋଇଥିଲେ। ଜୁହିଙ୍କ ବିଜେପି ପ୍ରତି ଭଲପାଇବାକୁ ଦେଖି ରାଜ ବବ୍ବର ରାଗିଥିବା ନେଇ ଚର୍ଚ୍ଚା ହେଉଛି । ଏଭଳି ବି ଚର୍ଚ୍ଚା ହେଉଛି ବବ୍ବର ଅନ୍ୟ ପାର୍ଟି ସମ୍ପର୍କରେ ମଧ୍ୟ ଅଛନ୍ତି ।

Leave A Reply

Your email address will not be published.