Latest Odisha News

BREAKING NEWS

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପିକୁ ବଡ ଝଟକା, ଦଳ ଛାଡିଲେ ଅଜୟ ପ୍ରତାପ ସିଂ

ଭୋପାଲ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟପ୍ରଦେଶରେ ବିଜେପିକୁ ଲାଗିଲା ଏକ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଅଜୟ ପ୍ରତାପ ସିଂ । ଶୁଣିବାକୁ ମିଳୁଛି ଯେ, ଲୋକସଭା ଟିକେଟ୍ ନ ପାଇବାରୁ ସିଂ ଦଳ ଛାଡିଛନ୍ତି । ଅଜୟ ପ୍ରତାପ ସିଂ ବର୍ତ୍ତମାନ ସ୍ୱାଧୀନ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଅଜୟ ସିଂ ୨୦୧୮ ରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

ଅଜୟ ପ୍ରତାପ ସିଂ ସିଦ୍ଧି ଲୋକସଭା ଆସନରୁ ବିଜେପି ତରଫରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ ମାତ୍ର ବିଜେପି ତାଙ୍କୁ ଟକେଟ୍ ନଦେଇ ଡା. ରାଜେଶ ମିଶ୍ରଙ୍କୁ ଟିକେଟ୍ ଦେଇଛି । ଟିକେଟ୍ ନ ପାଇବାରୁ ରାଗିଯାଇ ରାଜ୍ୟସଭା ସଦସ୍ୟ ଅଜୟ ପ୍ରତାପ ସିଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନିକଟକୁ ପଠାଇଛନ୍ତି । ନିର୍ବାଚନ ପୂର୍ବରୁ ଅଜୟ ପ୍ରତାପ ସିଂଙ୍କ ଇସ୍ତଫା ବିଜେପି ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।

ଇସ୍ତଫା ଦେବା ପରେ ଅଜୟ ସିଂ କହିଛନ୍ତି ଯେ, ରାଜନୀତି ମୋ ପାଇଁ ସେବା କରିବାର ମାଧ୍ୟମ, ଟଙ୍କା ରୋଜଗାରର ମାଧ୍ୟମ ନୁହେଁ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ମୋର ବିଜେପିରେ ରହିବା ଉଚିତ ନୁହେଁ । ତେଣୁ ମୁଁ ବର୍ତ୍ତମାନ ଦଳରୁ ଇସ୍ତଫା ଦେଉଛି । ଆରଏସଏସ ସହ ଜଡିତ ଅଜୟ ପ୍ରତାପ ସିଂ କହିଛନ୍ତି ଯେ ମୁଁ ଜାତିଗତ ରାଜନୀତିରେ ବିଶ୍ୱାସ କରେ ନାହିଁ ।

Leave A Reply

Your email address will not be published.