Latest Odisha News

BREAKING NEWS

ରାଜ କୁନ୍ଦ୍ରାଙ୍କ ପାଇଁ ବଢିଲା ଅଡୁଆ, ୯୮ କୋଟିର ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାଲରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ବିଟ୍‌‌ କଏନ୍‌‌ ସ୍କାମ ଘଟଣାରେ ଇଡ଼ି ବିଶିଷ୍ଠ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ପିଏମଏଲଏ ଆକ୍ଟ ୨୦୦୨ ଅନୁସାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଇଡ଼ି ।

ତେବେ ଇଡି ଦ୍ବାରା ଜବତ କରାଯାଇଥିବା ଫ୍ଲାଟ୍ ମଧ୍ୟରେ ଜୁହୁ ସ୍ଥିତି ଫ୍ଲାଟ୍‌‌ ରହିଛି ଯାହା ଶିଳ୍ପାଙ୍କ ନାଁରେ ଥିଲା । ସେହିପରି ପୁନେର ଏକ ବଙ୍ଗଳା ରହିଛି ଯାହା ରାଜ କୁନ୍ଦ୍ରାଙ୍କ ନାମରେ ଅଛି । ଏହା ବ୍ୟତୀତ ଇଡି ରାଜ କୁନ୍ଦ୍ରାଙ୍କ ନାମରେ କିଛି ସେୟାର ମଧ୍ୟ ଜବତ କରିଛି । ମହାରାଷ୍ଟ୍ର ପୋଲିସ ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାକୁ ଆଧାର କରି ଯାଞ୍ଚ ଆରମ୍ଭ କରିଛି ଇଡି ।

ସୂଚନା ଅନୁସାରେ, ଇଡି ଅଭିଯୋଗ କରିଛି ଯେ, ଏହି ଘୋଟାଲାରେ ମାଷ୍ଟରମାଇଣ୍ଡ ଅମିତ ଭରଦ୍ୱାଜଙ୍କ ପାଖରୁ ରାଜ କୁନ୍ଦ୍ରା ୨୮୫ ବିଟ୍ କଏନ୍ ନେଇଥିଲେ । ନିବେଶକଙ୍କୁ ଠକି ଅମିତ ଭରଦ୍ବାଜ ଏହି ବିଟକଏନ୍ ହାସଲ କରିଥିଲେ ଏବଂ ୟୁକ୍ରେନରେ ବିଟକଏନ୍ ଖଣିରେ ବିନିଯୋଗ କରିଥିଲେ । ଏହି ଦୁର୍ନୀତିର ଅପରାଧରୁ ରାଜ କୁନ୍ଦ୍ରା ୨୮୫ ବିଟକଏନ୍ ପାଇଥିଲେ, ଯାହାର ମୂଲ୍ୟ ୧୫୦ କୋଟିରୁ ଅଧିକ ଅଟେ । ଏହି ମାମଲାରେ ଇଡି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.