ଭୁବନେଶ୍ବର: ଗିରଫ ହୋଇପାରନ୍ତି ବିଜେଡି ନେତା ରାଜା ଚକ୍ର । ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ । ଇଡି ଯାଞ୍ଚ ବେଳେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା ଚକ୍ର । ରାଜାଙ୍କ ସହ ତାଙ୍କର ୪ ଜଣ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ କରିଛନ୍ତି ହାଇକୋର୍ଟ ।
ରାଜା ଚକ୍ରଙ୍କ କେଳେଙ୍କାରୀର ଚାଲିଛି ଚେର ଖୋଜା । ଗତକାଲି ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣା ବଣାଇ, ଗୋପାଳପୁର ବନ୍ଦର ଓ କେନ୍ଦୁଝର ଟାଉନରେ ଚଢାଉ ହୋଇଥିଲା । କ୍ରାଇମବ୍ରାଞ୍ଚ, ଇଓଡବ୍ଲୁ ଓ ଏସଟିଏଫ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା ।
ସୂଚନା ଅନୁସାରେ, ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେରଫେର୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଜେଡି ନେତା ରାଜା ଚକ୍ର ଏବେ ହରଡଗଣାରେ ପଡିଛନ୍ତି । କ୍ରାଇମବ୍ରାଞ୍ଚ, ଇଓଡବ୍ଲୁ ଓ ଏସଟିଏଫ୍ ତରଫରୁ ଘନ ଘନ ଜେରା ସମ୍ମୁଖିନ ହେଉଛନ୍ତି ରାଜା ଚକ୍ର ।
Comments are closed.