ଭୁବନେଶ୍ୱର: ମାର୍ଚ୍ଚ ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ। ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ଅଭିଯୋଗରେ କଂଗ୍ରେସ ପକ୍ଷରୁ ଏହି ଘେରାଉ କରାଯିବ।
ତାରା ବାହିନୀପତିଙ୍କୁ ନିଲମ୍ବନର ପ୍ରତିବାଦ କରିବ ଦଳ। କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଏ ନେଇ ଚିଠି ଲେଖିଥିଲେ।
ଅପରପକ୍ଷରେ ଏଥିସହିତ କଂଗ୍ରେସ ସଂଗଠନର ଓ ଆଗାମୀ କାର୍ଯ୍ୟକ୍ରମ କ’ଣ ହେବ ତାକୁ ନେଇ ନିଷ୍ପତ୍ତି ହୋଇଛି।
ପ୍ରାରମ୍ଭରେ ବୈଠକ ସଂପର୍କରେ ସୂଚନା ଦେଇ ପିସିସି ସଭାପତି କହିଥିଲେ ଯେ, ଓଡ଼ିଶାରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ଓ ଶିଶୁମାନଙ୍କ ଉପରେ ଯୌନ ଶୋଷଣ ସୀମା ଲଙ୍ଘିଛି । କଂଗ୍ରେସ ଦଳ ଏହାକୁ ଗୁରୁତ୍ବର ସହିତ ନେଇ ରାଜ୍ୟବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛି । ବିଧାନସଭା ଭିତରେ କଂଗ୍ରେସ ଦଳର ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଗଲାବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯିବା ଓ ବରିଷ୍ଠ ବିଧାୟକ ତାରାବାହିନିପତିଙ୍କୁ ୭ ଦିନ ପାଇଁ ନିଲମ୍ବନ କରିବା ଘଟଣାକୁ ସେ ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବ।
Comments are closed.