Latest Odisha News

BREAKING NEWS

ଗେହଲଟ ସରକାର ଉପରେ ସଙ୍କଟ, ଆସନ୍ତୁ ଜାଣିବା ରାଜସ୍ଥାନ ସିଟ ସଂଖ୍ୟା ଗଣିତ

ଜୟପୁର: ମଧ୍ୟପ୍ରଦେଶରେ ଅପରେଶନ ଲୋଟସ ସଫଳ ହେବା ପରେ ବିଜେପି ଏବେ ରାଜସ୍ଥାନ ଉପରେ ଆଖି ପକାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ସଚିନ ପାଇଲଟଙ୍କ ଉପରେ ସବୁ କିଛି ନିର୍ଭର କରୁଛି । ଆସନ୍ତୁ ରାଜସ୍ଥାନ ସିଟ୍ ସଂଖ୍ୟା ଗଣିତ ଉପରେ ନଜର ପକାଇବା । ରାଜସ୍ଥାନରେ ମୋଟ ସିଟ ସଂଖ୍ୟା ୨୦୦ । ଶାସନଭାର ତୁଲାଇବା ପାଇଁ ୧୦୧ ସିଟର ଆବଶ୍ୟକତା ରହିଛି । କଂଗ୍ରେସ ପାଖରେ ବର୍ତମାନ ୧୦୭ ସଦସ୍ୟଙ୍କ ସମର୍ଥନ ରହିଛି । ଶାସନ କଂଗ୍ରେସ ଦଳକୁ ନିର୍ଦ୍ଦଳୀୟ ଓ ଆରଏଲଡିର ସମର୍ଥନ ଥିବାରୁ ମୋଟ ୧୨୫ ସିଟ ହାତରେ ରହିଛି ।

ବିଜେପି ପାଖରେ ୭୨ ସମେତ ସହଯୋଗୀ ଦଳ ଆରଏଲପିର ୩ ବିଧାୟକ ଅଛନ୍ତି । ଅନ୍ୟ ୧୮ ସଦସ୍ୟ ମଧ୍ୟରେ ୧୩ ଜଣ ନିର୍ଦ୍ଦଳୀୟ, ବିପିଟିର ୨, ସିପିଏମର ୨ ଓ ଆରଏଲଡିର ଜଣେ ବିଧାୟକ ଅଛନ୍ତି । ରିପୋର୍ଟ ମୁତାବକ ସଚିନ ପାଇଲଟ ୨୫ ବିଧାୟକଙ୍କୁ ହାତେଇବାରେ ସଫଳ ହୋଇଛନ୍ତି । ଯଦି ଏମାନେ ଓହରିଯାଆନ୍ତ ତାହାହେଲେ ସଂଖ୍ୟାଗରିଷ୍ଠତା ୮୮କୁ ଖସି ଆସିବ । ବିଜେପି ପାଖରେ ୭୨ ସିଟ ରହିଛି ବାକି ସିଟ ହାତେଇବା ପାଇଁ ଯୋଜନବାଦ୍ଧ ଭାବେ ପ୍ରସ୍ତୁତ କରିବାକୁ ପଡିବ ।

Leave A Reply

Your email address will not be published.