Latest Odisha News

BREAKING NEWS

ଟସ ଜିଣି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ଆବୁଧାବି:ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୫୦ତମ ମ୍ୟାଚ ପଂଜାବ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଛି । ପ୍ଲେ ଅପରେ ପହଞ୍ଚିବା ଲାଗି ଏହି ମ୍ୟାଚଟି ପଞ୍ଜାବ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ରାଜସ୍ଥାନ ୧୨ ଟି ମ୍ୟାଚ ଖେଳି ୬ ବିଜୟ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି ।

ପ୍ଲେ ଅପରେ ପହଞ୍ଚିବା ପାଇଁ ୧୬ ପଏଣ୍ଟ ଆବଶ୍ୟକ ହେଉଥିବାରୁ ସେଥିଲାଗି ପଂଜାବକୁ ନିଜର ଅବଶିଷ୍ଟ ୨ଟି ମ୍ୟାଚ ଜିତିବାକୁ ପଡ଼ିବ । ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଏପର‌୍ୟ୍ୟନ୍ତ ୧୨ଟି ମ୍ୟାଚ ଖେଳି ୫ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି । ଏହି ଦଳ ୧୦ ପଏଣ୍ଟ ସହ ପ୍ଲେ ଅପ ଦୌଡ଼ରୁ ଏକରକମ ବାଦ ପଡ଼ିଛି ।

Leave A Reply

Your email address will not be published.