Latest Odisha News

BREAKING NEWS

ରଜନୀକାନ୍ତଙ୍କୁ ଯୁବକ ଦେଖାଇବା ପାଇଁ ବ୍ୟବହାର ହେବ ନୂତନ ଟେକ୍ନୋଲୋଜି

ମାଡ୍ରାସ: ଜେଲର ସୁପରହିଟ ହେବା ପରେ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଲୋକେଶ କନଗରାଜଙ୍କ ଥଲାଇବର ୧୭୧ ଫିଲ୍ମରେ ଉଭୟଙ୍କ କମ୍ବିନେଶନକୁ ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରଜନୀକାନ୍ତଙ୍କ କ୍ୟାରିୟରରେ ଏହି ଫିଲ୍ମ ଏକ ମାଇଲଖୁଂଟ ହେବ ବୋଲି ଲୋକେଶ ଦୃଢ଼ତା ସହକାରେ କହିଛନ୍ତି । ଏହି ଆକ୍ସନ ଥ୍ରୀଲର ଫିଲ୍ମରେ ରଜନୀକାନ୍ତଙ୍କ ଯୁବ ଅବତାର ପୁନର୍ବାର ଦର୍ଶକ ଦେଖିବାକୁ ପାଇବେ । ଏଥିପାଇଁ ମେକର୍ସ ଡି ଏଜିଂ ଟେକ୍ନୋଲୋଜିର ବ୍ୟବହାର ହେବ । ଯାହା ଫଳରେ ଫିଲ୍ମ ହଲରେ ଦର୍ଶକ ୭୩ ବର୍ଷୀୟ ରଜନୀକାନ୍ତଙ୍କ ଯୁବ ଅବସ୍ଥାରେ ଦେଖିପାରିବେ । ଏହା ବ୍ୟତୀତ ଅତ୍ୟାଧୂନିକ ଥ୍ରୀ ଡି ଟେକ୍ନିକ ଓ ଭିଜୁଆଲ ଇଫେକ୍ଟର ବ୍ୟବହାର ହେବ ।

ରଜନୀକାନ୍ତ ପୂର୍ବରୁ ଅନେକ ଫିଲ୍ମରେ ପ୍ରୋସେଥଟିକ୍ସର ବ୍ୟବହାରରେ ଯୁବକ ଭାବେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । କବାଲୀ, ରୋବଟ, ଦରବାର ଓ କାଲା ଫିଲ୍ମ ଏହାର ଉଦାହରଣ । ତେବେ ଥଲାଇଭର ୧୭୧ ସମସ୍ତ ଫିଲ୍ମଠାରୁ ଭିନ୍ନ ହେବ ବୋଲି ଲୋକେଶ କହିଛନ୍ତି । ଖୁବ ଶୀଘ୍ର ଅନ୍ୟ ଷ୍ଟାରକାଷ୍ଟର ଘୋଷଣା କରାଯିବ । ଏହା ପରେ ଫିଲ୍ମର ଶୁଟିଂ ଆରମ୍ଭ ହେବ ।

Leave A Reply

Your email address will not be published.