Latest Odisha News

BREAKING NEWS

ଇଣ୍ଟରନେଟ୍‌ରୁ ହଟିଲା ତାଲିବାନ ୱେବ୍‌ସାଇଟ!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା ତାଲିବାନର ଅଫିସିଆଲ୍ ୱେବସାଇଟ୍ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟରୁ ଅଦୃଶ୍ୟ ହୋଇଯାଇଥିବା ଜଣାପଡିଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ତାଲିବାନ ପାଶ୍‌ତୋ ଦାରି, ଆରବୀ, ଉର୍ଦ୍ଦୁ ଏବଂ ଇଂରାଜୀରେ ପୃଥକ ୱେବସାଇଟ୍ ପରିଚାଳନା କରିଥାଏ। ଏହି ସମସ୍ତ ୱେବ୍‌ସାଇଟ୍‌ ଅଚଳ ହୋଇଯାଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ ତାଲିବାନ ସାଇଟଗୁଡିକ ପାଇଁ ଅନଲାଇନ୍ ସୁରକ୍ଷା ଯୋଗାଉଥିବା ତାଲିକାଭୁକ୍ତ କ୍ଲାଉଡ୍ ଫ୍ଲେୟାରର ମୁଖପାତ୍ର ଏହି ଘଟଣା ସମ୍ପର୍କରେ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଏହି ରିପୋର୍ଟ ପ୍ରଥମେ ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ହୋଇଥିଲା।

Leave A Reply

Your email address will not be published.