Latest Odisha News

BREAKING NEWS

ଗର୍ଭଗୃହରେ ସ୍ଥାପନ ହେବ ପ୍ରଭୁ ରାମଲାଲାଙ୍କ ପ୍ରତିମା, ବାହାରିଲା ଶୁଭ ମୂହୁର୍ତ୍ତ

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ଶ୍ରୀ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରଣ ପ୍ରତିଷ୍ଠା ପୂର୍ବରୁ ଆଜି ଭଗବାନ ରାମଲାଲାଙ୍କ ପ୍ରତିମାକୁ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ । ସେଥିପାଇଁ ଚୁଡାନ୍ତ ହୋଇଛି ଶୁଭ ମୂହୁର୍ତ୍ତ । ରାମାଲାଲାଙ୍କ ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରିବାର ଶୁଭ ମୂହୁର୍ତ୍ତ ଦିବା ୧.୨୦ମିନିଟ୍ ରୁ ଦିବା ୧.୨୮ ଭିତରେ ରହିଛି । ସମସ୍ତ ୧୩୧ ବୈଦିକ ବ୍ରାହ୍ମଣ ମଧ୍ୟାହ୍ନ ୧୨ଟାରେ ରାମ ଜନ୍ମଭୂମୀ ଗର୍ଭଗୃହରେ ପହଞ୍ଚିବେ । ଚୁଡାନ୍ତ ହୋଇଥିବା ଉକ୍ତ ସମୟରେ ଗର୍ଭଗୃହରେ ବିଗ୍ରହଙ୍କୁ ସ୍ଥାପନ କରାଯିବ ଏବଂ ୨୪ଟି ଭିନ୍ନ ଭିନ୍ନ ପଦ୍ଧତି ଦ୍ଵାରା ପୂଜା ପକ୍ରିୟା ଆରମ୍ଭ ହେବ ।

ଅନ୍ୟପଟେ ଗତକାଲି ରାତିରେ ରାମଲାଲାଙ୍କ ମୂର୍ତ୍ତିକୁ ରାମ ମନ୍ଦିର ମଧ୍ୟରେ ଭିତରକୁ ନିଆଯାଇଛି । ଏକ କ୍ରେନ ସାହାର୍ଯ୍ୟରେ ମୂର୍ତ୍ତିକୁ ମନ୍ଦିର ପରିସର ମଧ୍ୟକୁ ନିଆଯାଇଛି । ମୂର୍ତ୍ତିକୁ ମନ୍ଦିର ଭିତରକୁ ନେବା ପୂର୍ବରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା । ଗର୍ଭଗୃହ ମଧ୍ୟରେ ରାମଲାଲାଙ୍କ ସିଂହାସନରେ ଆଜି ରାମଲାଲାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯିବ । ମକ୍ରାନା ପଥରେରେ ନିର୍ମିତ୍ତ ଏହି ସିଂହାସନ ୩.୪ଫୁଟ ଉଚ୍ଚତା ବିଶିଷ୍ଟ । ଅନ୍ୟପଟେ କୃଷ୍ଣଶିଳାରେ ନିର୍ମିତ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ୫୧ ଇଞ୍ଚ ଉଚ୍ଚ ଏବଂ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଏହି ମୂର୍ତ୍ତିକୁ ଟ୍ରକରେ ଢାଙ୍କି ମନ୍ଦିର ପରିସରକୁ ଅଣାଯାଇଥିଲା ।

ଶ୍ରୀରାମଙ୍କ ମୂର୍ତ୍ତି ମନ୍ଦିର ପ୍ରବେଶ ପୂର୍ବରୁ ପୁରା ରାମ ମନ୍ଦିରକୁ ଫୁଲରେ ସଜ୍ଜା ଯାଇଥିଲା । ଗେଟରୁ ଆରମ୍ଭ କରି ମନ୍ଦିର ପରିସର ଯାଏଁ ସରଜୁ ନଦୀର ପାଣି ଧୁଆଯାଇଥିଲା । ଏହାପରେ ପୂଜାର୍ଚ୍ଚନା କରି କ୍ରେନ ସାହାଯ୍ୟରେ ପ୍ରତିମୂର୍ତ୍ତିକୁ ମନ୍ଦିର ପ୍ରବେଶ କରାଯାଇଛି । ବୁଧବାର ସକାଳେ ଶ୍ରୀରାମଙ୍କ ପ୍ରତୀକ ମୂର୍ତ୍ତିକୁ ମନ୍ଦିର ପରିକ୍ରମା କରାଯାଇଥିଲା ।

Leave A Reply

Your email address will not be published.