ମୁମ୍ବାଇ: ରଣବୀର କାପୁର ଅଭିନୀତ ରାମାୟଣ ପାର୍ଟ ୧ର ରିଲିଜ ତାରିଖ ଘୁଂଚିବ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାମାୟଣ ଏବେ ଦୀପାବଳି ବଦଳରେ ୩୦ ଅକ୍ଟୋବର ୨୦୨୬ରେ ରିଲିଜ ହେବ । ପୂର୍ବରୁ ଏହା ରିଲିଜ ହେଲେ ଦୀପାବଳୀ ସପ୍ତାହରେ ଏହାର ବ୍ୟବସାୟ ଜୋର ଧରିବ ବୋଲି ଆଶା କରାଯାଉଛି । ଦର୍ଶକମାନଙ୍କ ପ୍ରଚାର ଏହାର ବ୍ୟବସାୟକଚ ବୃଦ୍ଧି କରିବ । ରିପୋର୍ଟ ମୁତାବକ ମେକର୍ସଙ୍କୁ ଡିଷ୍ଟ୍ରିବ୍ୟୁଟର୍ସଙ୍କ ପକ୍ଷରୁ ୪୫୦ କୋଟି ଟଙ୍କାର ଅଫର ମିଳିସାରିଛି । ରିଲିଜ ଡେଟ ଫାଇନାଲ ହେଲେ ମେକର୍ସ ଚୂଡାନ୍ତ ପଦକ୍ଷେପ ଗ୍ରହଣ କରିବେ । ରଣବୀର କାପୁର ପ୍ରଭୂ ଶ୍ରୀରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।
ସାଈ ପଲ୍ଲବୀ ସୀତା, ୟଶ ରାବଣ ଓ ସନୀ ଦେଓଲ ହନୁମାନଙ୍କ ଭୂମିକା କରୁଛନ୍ତି । ଦଙ୍ଗଏ ଫେମ ନୀତେଶ ତିୱାରୀ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଓସ୍କାର ପୁରସ୍କାର ବିଜେତା ଏଆର ରହେମାନ ଏବଂ ହେନ୍ସ ଜିମର ଦେଇଛନ୍ତି । ଏହାର ଭିଜୁଆଲ ଇଫେକ୍ଟ କାମ ଓସ୍କାର ବିଜେତା ଡିଏନଇଜିକୁ ଦିଅଯାଇଛି ।