Latest Odisha News

ରେସଲିଂ କରିବେ କି ଅଭିନେତା ରାଣା ଡଗୁବତୀ ?

ଓଡିଶା ସମ୍ବାଦ ବ୍ୟୁରୋ: ଟଲିଉଡ ହ୍ୟାଣ୍ଡସମ୍ ହଙ୍କ୍‌ ରାଣା ଡଗୁବତୀ । ଅନେକ ବଲିଉଡ ଓ ଟଲିଉଡ ଫିଲ୍ମରେ ସେ ଅଭିନୟ କରିଥିଲେ ହେଁ ଖାସ କରି ବାହୁବଳୀ ଭଳି ଫିଲ୍ମ ତାଙ୍କୁ ରାତାରାତି ଚର୍ଚ୍ଚାକୁ ଆଣିଥିଲା । ତେବେ ନିକଟରେ ରାଣାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଫଟୋରେ ସେ ଏକ WWE ବେଲ୍ଟ ଧରିଥଲାବେଳେ ରେସଲିଂ ଦୁନିଆକୁ ନେଇ ତାଙ୍କ ନାଁ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ତେବେ ରାଣା ରେସଲିଂ ଦୁନିଆରେ ନୁହେଁ ବରଂ ଏକ ଷ୍ଟ୍ରିମିଂ ଆପ୍ଲିକେସନ ସୋନୀ ଲିଭ୍ ପାଇଁ ବିଜ୍ଞାପନ ସୁଟ୍ କରିବା ଅବସରରେ ଏହି ବେଲ୍ଟକୁ ଧରିଥିଲେ । ଉଭୟ ଆନ୍ଧ୍ର ଓ ତେଲେଙ୍ଗାନାରେ ସୋନୀ ଲିଭ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି । ଏହି କାରଣରୁ ରାଣାଙ୍କୁ ବିଜ୍ଞାପନରେ ସାମିଲ କରାଯାଇଛି । ପୂର୍ବରୁ ମେଗା ପାୱାର ଷ୍ଟାର ରାମ ଚରଣ ତେଜ ଡିଜନୀ ହଟଷ୍ଟାରର ପ୍ରମୋଶନ କରିବା ସହ ବ୍ରାଣ୍ଡ ଆମ୍ବାସାଡର ପାଲଟିଥିଲେ । ଖାସ ଏହି କାରଣରୁ ଡିଜନୀ ହଟଷ୍ଟାରକୁ ଟକ୍କର ଦେବା ଲାଗି ସୋନୀ ଲିଭ ରାଣା ଡଗୁବତୀଙ୍କୁ ନିଜ ପ୍ରମୋସନାଲ କ୍ୟାମ୍ପେନରେ ସାମିଲ କରିଛି ।

Leave A Reply

Your email address will not be published.