ମୁମ୍ବାଇ: ଗତ କିଛି ବର୍ଷ ହେଲା ଡେଟିଂ କରିଆସୁଥିବା ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କାପୁର ଓ ଆଲିଆ ଭଟ୍ଟ ଚଳିତ ବର୍ଷ ବିବାହ କରିବେ ନାହିଁ । ଆସନ୍ତା ଡିସେମ୍ବର ମାସରେ ସେମାନଙ୍କ ବିବାହ ହେବ ବୋଲି ସ୍ଥିର ହୋଇଥିବା ବେଳେ ଏହା ଏବେ ୨୦୨୧କୁ ଘୁଞ୍ଚିଥିବା ଜଣାପଡିଛି ।
କରୋନା ମହାମାରୀ ଓ କାର୍ଯ୍ୟ ବ୍ୟସ୍ତତା କାରଣରୁ ବିବାହ ଘୁଞ୍ଚାଇବାକୁ ଦୁହେଁ ନିଷ୍ପତ୍ତି ନେଇଛନ୍ତି । ତେବେ ଆସନ୍ତା ବର୍ଷ କେଉଁ ମାସରେ ବିବାହ ହେବା ପାଇଁ ସ୍ଥିର ହୋଇଛି ତାହା ଜଣାପଡିନାହିଁ ।
Comments are closed.