Latest Odisha News

ରାଷ୍ଟ୍ରପତିଙ୍କଠୁ ପ୍ରଧାନମନ୍ତ୍ରୀ କିଏ କେମିତି ଜଣାଇଲେ ନବବର୍ଷର ଶୁଭେଚ୍ଛା

ନୂଆଦିଲ୍ଲୀ: ଆସିଛି ନୂଆବର୍ଷ । ପଦାର୍ପଣ କରିଛି ୨୦୨୩ । ଏଇ ବର୍ଷ ଦେଶବାସୀଙ୍କ ପାଇଁ ହେଉ ମଙ୍ଗଳଦାୟକ । ସବୁ ସମସ୍ୟାକୁ ଦୂର କରି ଦେଶବାସୀ ପ୍ରଗତି ପଥରେ ଆଗେଇବାକୁ ସମର୍ଥ ହୁଅନ୍ତୁ । ଏହି ଶୁଭକାମନା କରିଛନ୍ତି ଦେଶର ରାଷ୍ଟ୍ରମୁଖ୍ୟ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବହୁ ଦିଗଗଜ ନେତା ତଥା ମନ୍ତ୍ରୀ ଦେଶବାସୀଙ୍କ ସଫଳତା ଓ ଦେଶର ବିକାଶ ପାଇଁ କାମନା କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀ ତଥା ପ୍ରବାସୀ ଭାରତୀୟଙ୍କୁ ନବବର୍ଷର ଶୁଭେଚ୍ଛା ଟ୍ୱିଟ କରି ଜଣାଇଛନ୍ତି । ୨୦୨୩ ନୂଆ ପ୍ରୋତ୍ସାହନ, ଲକ୍ଷ୍ୟ ଓ ସଫଳତା ଆଣିଦେଉ ବୋଲି ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଦେଶର ଏକତା, ଅଖଣ୍ଡତା ଓ ସମନ୍ୱିତ ବିକାଶ ପଥରେ ଭାଗୀଦାର ହେବାକୁ ସେ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ଟ୍ୱିଟ୍ ଜରିଆରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ନୂଆବର୍ଷ ସମସ୍ତଙ୍କ ଜୀବନରେ ଆଶା, ଆନନ୍ଦ ଓ ପ୍ରଗତି ଭରିଦେଉ ବୋଲି ସେ ଶୁଭମନାସିଛନ୍ତି । ସମସ୍ତଙ୍କ ସୁସ୍ୱାସ୍ଥ୍ୟ କାମନା ବି କରିଛନ୍ତି ମୋଦୀ ।

Leave A Reply

Your email address will not be published.