Latest Odisha News

ବିବାହରେ ସ୍ୱର୍ଗତ ରିଷି କପୁରଙ୍କ ଘଣ୍ଟା ପିନ୍ଧିଥିଲେ ରଣବୀର କପୁର

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟ । ବିଳାଶପୂର୍ଣ୍ଣ ନୁହେଁ ବରଂ କମ୍ ଅତିଥିରେ ରଣବୀରଙ୍କ ବାସ ଭବନ ବାସ୍ତୁରେ ରଣବୀର ଓ ଆଲିଆଙ୍କ ବିବାହ ସମ୍ପନ୍ନ ହୋଇଛି । ହେଲେ ସବୁଠୁ ବଡ କଥା ହେଉଛି ରଣବୀର କପୁର ନିଜ ବିବାହରେ ବାପା ରିଶି କପୁରଙ୍କ ଘଣ୍ଟା ପିନ୍ଧିଥିବା ଖବର ସାମ୍ନାକୁ ଆସିଛି ।

ବାପା ରିଷିଙ୍କୁ ଭୁଲି ପାରିନାହାନ୍ତି ରଣବୀର ।ବାପାକୁ ଭଲ ପାଇବାକୁ ନିଜର ସାଥୀରେ ବିବାହ ବେଦିରେ ରଖିଥିଲେ ରଣବୀର । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା କୌଣସି ସାଧାରଣ ଘଣ୍ଟା ନୁହେଁ ।ଏହା ବହୁ ପୁରୁଣା ଘଣ୍ଟା ।

ଏକ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଏହି ଘଣ୍ଟାର ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ । ରଣବୀର ପିନ୍ଧିଥିବା ଏହି ଘଣ୍ଟା ବ୍ଲାକ କଲରର ହୋଇଥିବା ବେଳେ ଏହି ଘଣ୍ଟାରେ ୧୮ କ୍ୟାରେଡର ଗୋଲ୍ଡ ଲଗାଯାଇଛି ।

ଏପ୍ରିଲ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରଣବୀର ଆଲିଆ । ଏହି ବିବାହରେ ବଲିଉଡର ବହୁ ସେଲିବ୍ରେଟି ସହ ରଣବୀର ଓ ଆଲିଆଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ।

Leave A Reply

Your email address will not be published.