ମୁମ୍ବାଇ: ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ ୩’ କୁ ଅପେକ୍ଷା କରି ବସିଛନ୍ତି ଫ୍ୟାନ୍ସ। ଏହି ଫିଲ୍ମର ପୂର୍ବ ଦୁଇଟି ଭାଗ କୁ ଲୋକ ମାନେ ଖୁବ୍ ପସନ୍ଦ କରିଥିଲେ ଓ ଏହା ବକ୍ସ ଅଫିସ ରେ ମଧ୍ୟ ରେକର୍ଡ ଭାଙ୍ଗିଥିଲା।
ତେବେ ବର୍ତ୍ତମାନ ଏହି ଫିଲ୍ମର ପାର୍ଟ ୩ର ରିଲିଜ ତାରିଖ ଘୋଷଣା କରାଯାଇଛି। ଏଥିରେ ଅଭିନେତ୍ରୀ ରାନୀ ମୁଖାର୍ଜୀ ପୁଣି ଥରେ ପୋଲିସ ଅଧିକାରୀ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ନଜର ଆସିବେ। ଏହାର ପ୍ରଥମ ଲୁକ୍ ୟଶ ରାଜ ଫିଲ୍ମସ୍ ନିଜର ଇନଷ୍ଟାଗ୍ରାମ ସାଇଟରେ ସେୟାର କରିଛି ।ଯେଉଁଥିରେ ରାଣୀ ବହୁତ୍ ଦମଦାର ଓ ପାୱାର ଫୁଲ ଲାଗିବା ସହ ସେ ହାତରେ ଏକ ବନ୍ଧୁକ ଧରି ଥିବାର ନଜର ଆସିଛନ୍ତି।
ପ୍ରଡକ୍ସନ ହାଉସ ଏହି ଫିଲ୍ମର ଫାର୍ଷ୍ଟ ଲୁକ୍ ସେୟାର କରି ମର୍ଦାନୀ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହେବା ସହ ସତ୍ୟ ର ଜୟ ହେବ ବୋଲି କ୍ୟାପ୍ସନ ରେ ଲେଖିଛନ୍ତି।bତେବେ ଫିଲ୍ମଟି ଫେବୃଆରୀ ୨୭, ୨୦୨୬ରେ ଅର୍ଥାତ୍ ହୋଲିରେ ବଡ଼ ପରଦାକୁ ଆସିବା। ରାଣୀ ମୁଖାର୍ଜୀ କହିଛନ୍ତି ଯେ ମର୍ଦାନୀ ୩ର ସ୍କ୍ରିପ୍ଟ ଯଦି ପ୍ରକୃତରେ ପ୍ରଭାବଶାଳୀ ହୋଇଥିବ ତାହେଲେ ମୋ ପାଇଁ ଏହା ଖୁସିର ଖବର ଅଟେ। ଜଣେ ଅଭିନେତ୍ରୀ ଭାବରେ ମୁଁ ସବୁବେଳେ ଏକ ଭଲ ଓ ଷ୍ଟ୍ରଙ୍ଗ କାହାଣୀକୁ ନେଇ ଫିଲ୍ମ କରିବାକୁ ଚାହେଁ ଯାହାକି ସମାଜ ପ୍ରତି ସୁପ୍ରଭାବ ପକାଇବ ଓ ସେଥିରୁ କିଛି ଶିଖିବାକୁ ମିଳୁଥିବ।
ସେ ମର୍ଦ୍ଦାନୀ ୨ ଫିଲ୍ମ କରୁଥିବା ବେଳେ ବହୁତ୍ ନର୍ଭସ ଥିବା କଥା କହିଛନ୍ତି। କାରଣ ସେ କେବେ ବି ଆଗରୁ କୌଣସି ଫିଲ୍ମ ର ସିକ୍ୱେଲ କରିନଥିଲେ। ତେବେ ସେ ଏହି ସିକ୍ୱେଲ୍ ରେ ନିଜ ଚରିତ୍ରକୁ ସୂଚାରୁ ରୂପେ ନିଭେଇ ପାରିବେ କି ନାଇଁ ସନ୍ଦେହ କରୁଥିଲେ। ଯଦିଓ ଅଭିନୟ କଲା ପରେ ତାଙ୍କୁ ଏହି ଚରିତ୍ର ପସନ୍ଦ ଆସିଥିଲା। ସେ ଏହାର ତୃତୀୟ ପାର୍ଟ ପାଇଁ ଉତ୍ସାହିତ ଥିବା କଥା ମଧ୍ୟ କହିଛନ୍ତି।
Comments are closed.