Latest Odisha News

BREAKING NEWS

୨୦ ପ୍ରତିଶତ ଛଟେଇ କରିବ ପେଟିଏମ

ନୂଆଦିଲ୍ଲୀ: ପେଟିଏମର ମାଲିକ କମ୍ପାନୀ ୱାନ୯୭ କମ୍ୟୁନିକେସନ୍ ଏହାର କର୍ମଚାରୀମାନଙ୍କୁ ଏକ ବଡ଼ ଝଟକା ଦେଇପାରେ। ବାର୍ଷିକ ସମୀକ୍ଷାରେ ସେ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ବୋଲି ସୂଚନା ମିଳିଛି। ତେବେ କେତେ ସଂଖ୍ୟାରେ ଛଟେଇ କରାଯିବ ସେନେଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିନାହିଁ। କିନ୍ତୁ ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ ପେଟିଏମ ପାଖାପାଖି ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ରହିଛି। ସେଣ୍ଟ୍ରାଲ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସେବା ବନ୍ଦ କରିବା ପରେ କମ୍ପାନୀ ଦୁର୍ଦ୍ଦିନରେ ଗତି କରୁଛି। ଆରବିଆଇ ଛାଟ ପଡ଼ିବା ପରେ କମ୍ପାନୀର ସେୟାର ବଜାର ଖସିବାରେ ଲାଗିଛି। ଏବେ କମ୍ପାନୀରୁ ଛଟେଇ ଖବର ସାମ୍ନାକୁ ଆସିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି କି କମ୍ପାନୀ ଖୁବ୍ ଶୀଘ୍ର ଏଆଇ ଅଟୋମେସନ୍ କାର୍ଯ୍ୟକାରୀ କରିବାକୁ ଯାଉଛି। ଅର୍ଥ, ମଣିଷ ଅପେକ୍ଷା ମେସିନ୍ ଦ୍ୱାରା ଅଧିକ କାମ କରାଯିବ ବୋଲି କୁହାଯାଇଛି। ନାମ ଗୋପନ ରଖି ଜଣେ କର୍ମଚାରୀ କହିଛନ୍ତି ଯେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ପ୍ରତ୍ୟେକ ବିଭାଗ ପକ୍ଷରୁ କୁହାଯାଉଛି କି ଉପର ମହଲରୁ ଫୋନ ଆସୁଛି। ଡିସେମ୍ବର ୨୦୨୩ରେ ଏଆଇ ଗ୍ରହଣ ପରେ ଏକ ହଜାରରୁ ଅଧିକ ଚାକିରି ହରାଇଥିଲେ କର୍ମଚାରୀ। କଳ୍ପନାଜଳ୍ପନା ହେଉଛି ଯେ ଏଥର ଆହୁରି ଅଧିକ ଚାକିରି ଯାଇପାରେ।

ତେବେ ଫେବୃଆରୀରେ ଟାଉନ ହଲ ସମୟରେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା କମ୍ପାନୀର କର୍ମଚାରୀମାନଙ୍କୁ ସେମାନଙ୍କ ଚାକିରି ସୁରକ୍ଷିତ ବୋଲି ଆଶ୍ୱାସନା ଦେଇଥିଲେ। ତେବେ ମନି କଣ୍ଟ୍ରୋଲ୍ ଜଣେ ପେଟିଏମ୍ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ଜାନୁୟାରୀ ୨୦୨୪ରେ ସୂଚନା ନ ଦେଇ ଅନେକ ଛଟେଇ କରାଯାଇଥିଲା।

Leave A Reply

Your email address will not be published.