Latest Odisha News

ରଣଜୀ ଟ୍ରଫି: ବିଜୟ ସୁଯୋଗ ହାତଛଡା କଲା ଓଡିଶା

କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ଏକ ନିଶ୍ଚିତ ବିଜୟ ସୁଯୋଗ ହାତଛଡା କରିଛି । ପଣ୍ଡିଚେରୀ ବିପକ୍ଷ ମୁକାବିଲାରେ ଅଧିନାୟକ ଅରୁଣ କାର୍ତିକଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶାକୁ ୩ ପଂଏଟ ମିଳିଛି । ଓଡିଶା ୨୪୦ ରନର ଟାର୍ଗେଟ ବିପକ୍ଷ ଦଳ ସମ୍ମୁଖରେ ରଖିଥିଲା । ମ୍ୟାଚ ଶେଷ ବେଳକୁ ପଣ୍ଡିଚେରୀ ୮ ୱିକେଟ ବିନିମୟରେ ୧୭୫ ରନ କରିଥିଲା । ପାରସ ରତ୍ନପାରଖେ ୭୨ ଓ ଅରୁଣ କାର୍ତିକ ୫୮ ରନ କରିଥିଲେ । ଓଡିଶା ପକ୍ଷରୁ ବିପ୍ଲବ ସାମନ୍ତରାୟ ଓ ରାଜେଶ ମହାନ୍ତି ୨ଟି ଲେଖାଁଏ ୱିକେଟ ନେଇଥିଲେ । ୫ ମ୍ୟାଚରେ ୧୨ ପଂଏଟ ସହ ଓଡିଶା ୫ମ ସ୍ଥାନରେ ରହିଥିବା ବେଳେ ପଣ୍ଡିଚେରୀ ସମାନ ସଂଖ୍ୟକ ମ୍ୟାଚରୁ ୧୩ ପଂଏଟ ହାସଲ କରି ତୃତୀୟ ସ୍ଥାନରେ ରହିଛି ।

ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୩୨୨ ରନ ଜବାବରେ ପଣ୍ଡିଚେରୀ ୨୮୪ ରନ କରିଥିଲା । ଓଡିଶା ଦ୍ୱିତୀୟ ଇନିଂସରେ ୨୦୧ ରନ କରି ଅଲଆଉଟ ହୋଇଥିଲା । ଓଡିଶା ବୋଲର ଦ୍ୱିତୀୟ ଇନିଂସରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅରୁଣ ସେମାନଙ୍କୁ ଜିତିବା ସୁଯୋଗ ପ୍ରଦାନ କରି ନ ଥିଲେ । ଚଳିତ ମାସ ୯ରେ ଓଡିଶା ତାର ପରର୍ବତୀ ମୁକାବିଲାରେ ଉତରାଖଣ୍ଡକୁ ଭେଟିବ । ନକଆଉଟ ପର୍ଯ୍ୟାୟକ ଉନ୍ନୀତ ହେବା ପାଇଁ ଓଡିଶା ତାର ବାକିଥିବା ୨ଟି ମୁକାବିଲାରେ ବିଜୟ ଆବଶ୍ୟକ ହେଉଛି ।

Leave A Reply

Your email address will not be published.