Latest Odisha News

BREAKING NEWS

‘ସିମ୍ବା’ରେ ଦେଖିବାକୁ ମିଳିଲା ରଣବୀର-ସାରାଙ୍କ କେମେଷ୍ଟ୍ରି

ମୁମ୍ବାଇ : ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ରୋହିତ ସେଟ୍ଟିଙ୍କ ସୁପର ଆକସନ୍-କମେଡି ଫିଲ୍ମ ‘ସିମ୍ବା’ ।

ଏହି ଫିଲ୍ମରେ ପ୍ରଥମଥର ପାଇଁ ରଣବୀର ସିଂହଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି ଷ୍ଟାର କିଡ୍ସ ସାରା ଅଲ୍ଲୀ ଖାନ ।

‘ସିମ୍ବା’ରେ ରଣବୀର ପୋଲିସ ଅଫିସର ଭୂମିକାରେ ନଜର ଆସୁଥିବା ବେଳେ ପ୍ରଥମଥର ପାଇଁ ଏହି ଦୁଇ ଯୋଡିକୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ । ରଣବୀର-ସାରାଙ୍କ କେମେଷ୍ଟ୍ରିକୁ ଦର୍ଶକ କେତେ ପସନ୍ଦ କରିବେ ତାହା ଦେଖିବାକୁ ବାକି ରହିଲା ।

‘ସିମ୍ବା’ରେ ଅଜୟ ଦେବଗନଙ୍କୁ ଦର୍ଶକ ପୁଣିଥରେ ସିଂଘମ୍ ଷ୍ଟାଇଲ୍ ରୋଲ୍ରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ରଣବୀର ସିଂହଙ୍କ ସହ ଅଜୟ ଦେବଗନ୍ ପ୍ରଥମ ଥର ଆସିବେ। ଏହି ଫିଲ୍ମରେ ଅନ୍ୟତମ କଳାକାର ସୋନୁ ସୁଦଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରୋଲରେ ନଜର ଆସୁଛନ୍ତି ।

ପୂର୍ବରୁ ‘ସିମ୍ବା’ର ଟ୍ରେଲର ସମେତ ଫିଲ୍ମ ଗୀତ ଗୁଡିକୁ ମଧ୍ୟ ଦର୍ଶକଙ୍କର ଭଲ ରେସପନ୍ସ ମିଳିପାରିଥିଲା ।

Leave A Reply

Your email address will not be published.