Latest Odisha News

BREAKING NEWS

ଉଦ୍ଧାର ହେଲା ‘ଫିସିଂ କ୍ୟାଟ୍‌’; ଲୋକଙ୍କ ପ୍ରଶଂସନୀୟ ଉଦ୍ୟମ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ !

ଭୁବନେଶ୍ୱର: ଆଜି କାଲି କେହି କାହାରିକୁ ସାହାଯ୍ୟ କରିବା ଲାଗି କୁଣ୍ଠାବୋଧ କରୁଥିଲେ ମଧ୍ୟ ଏକ ବିରଳ ଯନ୍ତୁକୁ କୂଅ ମଧ୍ୟରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଭୁବନେଶ୍ୱର ଉପକଣ୍ଠରେ ଏହି ଫିସିଂ କ୍ୟାଟକୁ ଲୋକମାନେ ବହୁ କଷ୍ଟ ସ୍ୱୀକାର କରି ଉଦ୍ଧାର କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ମିଳିଥିବା ସୂଚନାନୁଯାୟୀ, ଜଙ୍ଗଲ ବିଭାଗ ଅଧିକାରୀ ସୁଶାନ୍ତ ନନ୍ଦ ପ୍ରଥମେ ଏହି ବିରଳ ଫିସିଂ କ୍ୟାଟର ଭିଡ଼ିଓ କ୍ଲିପିଂକୁ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିଥିଲେ । ଏକ କୂଅ ମଧ୍ୟରେ ଫିସିଂ କ୍ୟାଟଟି ପଡ଼ିଯିବା ପରେ ଏହାକୁ ଉଦ୍ଧାର କରିବାକୁ ସ୍ଥାନୀୟ ଜନସାଧାରଣ ଉଦ୍ୟମ କରିଥିଲେ ।

ସବୁଠାରୁ ବଡ଼କଥା ହେଲା ଏହି କୂଅ ମଧ୍ୟରେ ପୂର୍ବରୁ ଅନେକ ବିଷାକ୍ତ ସାପ ରହିଥିବା ସମସ୍ତେ ଜାଣିଥିଲେ ମଧ୍ୟ ଏହି ବେସେହାରା ଯନ୍ତୁଟିକୁ ଉଦ୍ଧାର କରିବାକୁ ସମସ୍ତେ ଉଦ୍ୟମ ଅବ୍ୟାହତ ରଖିଥିଲେ । ଏକ ନିର୍ମାଣଧୀନ ବ୍ରିଜ ନିକଟରେ ଥିବା ଏହି କୂଅଟି ଅପରିତ୍ୟକ୍ତ ଥିଲା ଯାହାକୁ କେହି ବ୍ୟବହାର କରୁନଥିଲେ ।

ବହୁ କଷ୍ଟ ସ୍ୱୀକାର କରି ଫିସିଂ କ୍ୟାଟଟି ଉଦ୍ଧାର ହେବା ପରେ ଜଙ୍ଗଲ ବିଭାଗ କର୍ମଚାରୀ ଏହାକୁ ଜଙ୍ଗଲରେ ଛାଡ଼ି ଦେଇଛନ୍ତି ।

ଏହି ଫିସିଂ କ୍ୟାଟକୁ ଉଦ୍ଧାର ହେବା ଘଟଣା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.