ତାଳଚେର: ଝାଟିମାଟିର ଦୁଇ ବଖରା କୁଡିଆ । ଉପରେ ପଡ଼ିଛି ଚିରାଫଟା ପଲିଥିନ୍ । ଏହି କୁଡ଼ିଆରେ ରୁହନ୍ତି ୫ ପ୍ରାଣୀ । ପର ଘରେ ମୂଲ ଲାଗି ଯାହା ମିଳେ ସେଥିରେ ଚଳନ୍ତି ଏହି ପରିବାର । ଏହିଭଳି ଦଦରା ମାଟି କୁଡ଼ିଆରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ଗ୍ରାମର କାଠିଆ ଦେହୁରୀ ଓ ତାଙ୍କ ପରିବାର । ସେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଆଜି ଯାଏଁ ଆବାସ ଯୋଜନାରେ ପକା ଘର ଖଣ୍ଡିଏ ମିଳି ପାରିଲା ନାହିଁ । ଏନେଇ ସେ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ।
କାଠିଆଙ୍କ ନିଜର ଜମିବାଡ଼ି କହିଲେ କିଛି ନାହିଁ । ଅନ୍ୟର ଜାଗାରେ ଝାଟିମାଟିର କୁଡିଆ ଖଣ୍ଡେ ତିଆରି କରି ୫ ପ୍ରାଣୀ ରହି ଆସୁଛନ୍ତି । ପର ଘରେ ମୂଲ ଲାଗି ପରିବାର ପୋଷନ୍ତି । ସରକାରୀ ସହାୟତା କହିଲେ ଅନ୍ତ୍ୟୋଦୟ ଯୋଜନାରେ ମାସକୁ କେଇ କେଜି ଚାଉଳ ଓ ମାସ ଶେଷକୁ କିଛି ଭତ୍ତା । ଅଭାବ ଅନାଟନରେ ଦିନ କାଟୁଛନ୍ତି କାଠିଆଙ୍କ ପରିବାର । ଯେଉଁଠି ପେଟ ପାଇଁ ଚିନ୍ତା କରିବାକୁ ପଡୁଛି,ସେଠାରେ ପକା ଘର ନିର୍ମାଣ କରିବା ଏହି ଗରିବ ପରିବାର ପାଖରେ ଅସମ୍ଭବ । ପକାଘର ଖଣ୍ଡିଏ ଯୋଗାଇ ଦେବାକୁ ପିଇଓ, ସରପଞ୍ଚ, ୱାର୍ଡ଼ ମେମ୍ବରଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ବହୁବାର ଗୁହାରି କରିଛନ୍ତି ସେ । କିନ୍ତୁ ଆଜି ଯାଏଁ ତାଙ୍କ ଭାଗ୍ୟରେ ଘର ଖଣ୍ଡିଏ ଜୁଟି ନଥିବା କ୍ଷୋଭର ସହ ପ୍ରକାଶ କହିଛନ୍ତି କାଠିଆ । ଏନେଇ କଙ୍କିଳି ସରପଞ୍ଚଙ୍କୁ ପଚାରିବାରୁ, କାଠିଆ ଦେହୁରୀଙ୍କ ନିଜସ୍ୱ ଜମି ନାହିଁ, ତେଣୁ ସେ ଆବାସ ଯୋଜନାରେ ଘର ପାଇ ପାରୁ ନାହାଁନ୍ତି ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୁଷ୍ଟି ଦେଇ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।
BREAKING NEWS
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- କୋଲକାତା ଟ୍ରେଜେଡି: ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ରିମାଣ୍ଡରେ ୭ ଅଭିଯୁକ୍ତ
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?

Comments are closed.