Latest Odisha News

BREAKING NEWS

ସଲମାନ ଅଭିନୀତ ସିକନ୍ଦରରେ ହୀରୋଇନ ହେବେ ରଶ୍ମିକା

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁଙ୍କ ଆଗାମୀ ଫିଲ୍ମ ସିକନ୍ଦର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବା ଆରମ୍ଭ ହୋଇଛି । ସଲମାନଙ୍କ ଟାଇଗର ୩ ଫିଲ୍ମ ବକ୍ସ ଅଫିସରେ ସେ ଭଳି କିଛି କମାଲ କରିପାରି ନ ଥିଲା । ଏହା ପରେ ସେ ଗଜନୀ, ହଲିଡେ ଫେମ ନିର୍ଦ୍ଦେଶକ ଏକଆର ମୁରୁଗୁଦାସଙ୍କ ସିକନ୍ଦର ଫିଲ୍ମ ସାଇନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଆକ୍ସନ ଫିଲ୍ମ ହେବ । ପିଙ୍କ ଭିଲ୍ଲାରେ ପ୍ରକାଶିତ ଖବର ଅନୁସାରେ ରଶ୍ମିମା ମାନ୍ଧନାଙ୍କୁ ସଲମାନଙ୍କ ହୀରୋଇନ ଭାବେ ଚୟନ କରାଯାଇଛି । ରଶ୍ମିକା ମଧ୍ୟ ସୋସିଆଲ ମିଡିଆରେ ଏ ନେଇ କନଫର୍ମ କରିଛନ୍ତି । ପୁଷ୍ପା ଓ ଆନିମଲ ଫିଲ୍ମ ପରେ ରଶ୍ମିକା ଚାହିଦା ସମ୍ପୂର୍ଣ୍ଣ ଭାରତରେ ବଢ଼ିଯାଇଛି ।

ଇଦ ୨୦୨୫ରେ ସିକନ୍ଦର ଫିଲ୍ମ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଖୁବ ଶୀଘ୍ର ଅନ୍ୟ ଷ୍ଟାର କାଷ୍ଟ ଚୂଡାନ୍ତ କରାଯିବ ସହ ଫିଲ୍ମ ଫ୍ଲୋରକୁ ଯିବ ବୋଲି ମେକର୍ସ ପକ୍ଷରୁ କୁହାଯାଇଛି । ସଲମାନ ମଧ୍ୟ ଏହି ଫିଲ୍ମର ସଫଳତା ନେଇ ଦୃଢ଼ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.