Latest Odisha News

BREAKING NEWS

ବିଏମସିର କଡା ଆଭିମୁଖ୍ୟ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ କଟିବ ଦରମା

ଭୁବନେଶ୍ଵର: ଏଣିକି ଅଫିସ୍‌‌ ବିଳମ୍ବରେ ଆସିଲେ କଟିବ ଦରମା। ବିଏମସି କର୍ମଚାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ କଟିବ ଦରମା। କାର୍ଯ୍ୟରେ ଅବହେଳା ଯୋଗୁଁ ବିଏମସି ଏହି ନିଷ୍ପତ୍ତି ନେଇଛି। ଦରମା କାଟିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି। ମାସକରେ ୨ରୁ ଅଧିକ ବିଳମ୍ବ ଉପସ୍ଥାନ ପାଇଁ ଅଧାଦିନ CL କଟିବ। ୧୦ ଦିନରୁ ଅଧିକ ବିଳମ୍ବ ଉପସ୍ଥାନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିଭଳି CL/EL ନଥାଇ ୭ ଦିନ ବିଳମ୍ବରେ ଆସିଲେ, ଗୋଟିଏ ଦିନର କଟିବ। ଏହି ନିୟମ ବିଏମସିର ସମସ୍ତ ସ୍ଥାୟୀ, ଠିକା, ଅନ୍ୟ କର୍ମଚାରୀଙ୍କ ପାଇଁ ଲାଗୁ କରାଯିବ। ତେବେ ପୂର୍ବରୁ ଅନେକ କର୍ମଚାରୀ ଡ୍ୟୁଟିରେ ଖିଲାପ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଫଳରେ ସରକାରୀ କାମ ଠିକ୍ ସମୟରେ ହୋଇପାରୁନଥିଲା । ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଏମସି ।

ବିଏମସି କାର୍ଯ୍ୟାଳୟରେ କାର୍ଯ୍ୟର ମାନ ବୃଦ୍ଧି ଓ ବୃତ୍ତିଗତ ମାନ ବଢ଼ାଇବା ପାଇଁ ଏହି ସମୟ ନିର୍ଘଣ୍ଟ କରାଯାଇଛି । ବହୁ କର୍ମଚାରୀ ଠିକ୍ ସମୟରେ ଅଫିସରେ ପହଞ୍ଚୁ ନଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଏମସି କର୍ତ୍ତୃପକ୍ଷ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନ ବାଧ୍ୟତାମୂଳକ କରାଯାଇଛି । ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.