Latest Odisha News

BREAKING NEWS

୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ RAW ଅଫିସର

ନୂଆଦିଲ୍ଲୀ : RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ । ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ (RAW)ର ଜଣେ ଓଡିଆ ଅଫିସର । ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି  ।

ମୃତ ଅଫିସର ଜଣକ ନାଁ ହେଉଛି ଅନିକେତ କୁମାର  । ସେ କଟକ ଅଞ୍ଚଳର ବାସିନ୍ଦା ଥିଲେ । ଗତକାଲି ସକାଳେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବାର କିଛି ସମୟ ପରେ ସେ ମହଲାରୁ ଡେଇଁ ପଡିଥିଲେ ବୋଲି କୁହାଯାଉଛି । ଏନେଇ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ସେ ଗତ କିଛି ଦିନ ଧରି ମାନସିକ ଅବସାଦରେ ରହୁଥିବା କୁହାଯାଉଛି । ତେବେ ଜଣେ ଗୁଇନ୍ଦା ଅଧିକାରୀ କାହିଁକି ଏପରି ଆତ୍ମହତ୍ୟା କଲେ ସେନେଇ ପୋଲିସ ତନାଘନା ଜାରି ରଖିଛି । ଅନିକେତଙ୍କ ମୃତ୍ୟୁ ପଛରେ  ମାନସିକ ଅବସାଦ ନା ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

 

Leave A Reply

Your email address will not be published.