Latest Odisha News

BREAKING NEWS

ଭଲ ପାଇ ପଳାଇଥିଲେ… ଖୋଜି ଆଣିଲା ପୋଲିସ

ରାୟଗଡ଼ା: ମାଓ ପ୍ରବଣ ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ବିଷମ କଟକ ଥାନାରେ ମହିଳା ଏଏସ୍ଆଇ ସାହସିକତାର ସହ ମାଓ ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଗତ ଅକ୍ଟୋବର ୭ ତାରିଖରେ ଯୁବତୀ ନିଖୋଜ ନେଇ ପରିବାର ଲୋକ ଏତଲା ଦେଇଥିଲେ । ଅପହରଣ ମାମଲା ରୁଜୁ କରି ପୋଲିସ ଆରମ୍ଭ କରିଥିଲା ତଦନ୍ତ । ତଦନ୍ତ ଦାୟିତ୍ୱ ନେଇଥିଲେ ଏଏସ୍ଆଇ ରୋଜାଲିନ୍ ନାୟକ ।

ପୋଲିସ ଫୋନ୍ ଟ୍ରାକ୍ କରିବା ପରେ କୋଟଗଡ଼ ଥାନା ଆରା ପଞ୍ଚାୟତ ବିରାମାହା ଗାଁରେ ଯୁବତୀ ଥିବା ଜଣା ପଡ଼ିଥିଲା । ଏହା ପରେ ଏକ ଟିମ୍ ଗଠନ କରି ୧୫ ତାରିଖରେ କୋଟଗଡ଼ରେ ପହଞ୍ଚି ସ୍ଥାନୀୟ ପୋଲିସର ସହଯୋଗ ନେଇ ବିରାମହା ଗାଁରେ ପହଞ୍ଚି ଥିଲା ଟିମ୍ । ଗ୍ରାମବାସୀଙ୍କୁ ପଚରାଉଚରା ବେଳେ ଗାଁର ଅମର ପାଟମାଝୀଙ୍କ ସହ ଯୁବତୀ ଥିବା ଜଣାପଡ଼ିଥିଲା । ଆଉ ଅମର, ଯୁବତୀଙ୍କୁ ନେଇ ଡଙ୍ଗର ଚାଷ ପାଇଁ ପାହାଡ଼ ଉପରକୁ ଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଟିମ୍ ୧୫ କିଲୋମିଟର ଚାଲି ଚାଲି ପାହାଡ଼ ଚଢ଼ି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ ଥାନାକୁ ଆଣିଥିଲେ । ପଚରାଉଚରା ପରେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିବା କହିଥିଲେ । ପରିବାର ଲୋକଙ୍କ ଭୟରେ ଯୁବତୀ ଜଣଙ୍କ ଘର ଛାଡ଼ି ପଳାଇଥିଲେ । ଉଭୟ ପରିବାର ଆଲୋଚନା କରିବା ପରେ ଦୁହିଁଙ୍କ ବିବାହ ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.