ଲମ୍ବୋଦର ପ୍ରସାଦ ସିଂହ
ଧାରୟତି ଇତି ଧର୍ମଂ । ଅର୍ଥାତ ଧର୍ମରେ ହିଁ ନିହିତ ସୃଷ୍ଟିଧାରଣକାରୀ ଶକ୍ତି, ସଚରାଚର ପ୍ରକୃତି ନିଜସ୍ୱ ଧର୍ମରେ ସ୍ରୋତସ୍ୱତୀ, ଜୀବଜଗତର ପ୍ରତି କ୍ଷେତ୍ରରେ ନିଶ୍ଵାସପ୍ରଶ୍ଵାସ, ଖାଦ୍ୟ ପାଚନ, ରକ୍ତ ସଞ୍ଚାଳନ, ପ୍ରଯଜନ, ଓ ଜନ୍ମ ମୃତ୍ୟୁ ଭଳି ଅସୁମାରୀ କ୍ରିୟା ପ୍ରକ୍ରିୟାରେ ଧର୍ମ ବା ଏକ ଅଲଂଘ୍ୟ ଶୃଙ୍ଖଳା ବିଦ୍ୟମାନ। ସେହିଭଳି ଶୃଙ୍ଖଳା ଓ ଧର୍ମ ପରିଦୃଷ୍ଟ ବାହ୍ୟ ପ୍ରକୃତିର ସମସ୍ତ କ୍ରିୟା ପ୍ରକ୍ରିୟାଗୁଡ଼ିକରେ ହେଉ ଅବା ସେ ଦିନରାତି, ଜଳଚକ୍ର ଓ ଋତୁଚକ୍ରର ଅବିରାମ ଗତି ଅଥବା ଗ୍ରହ ନକ୍ଷତ୍ର ଓ ନୀହାରିକା ମଣ୍ଡଳଗୁଡ଼ିକର ସୁସଂହତ ମହାଜାଗତିକ ପରିଭ୍ରମଣ। ପ୍ରକୃତିର ଏହି ଚିରନ୍ତନ ଧର୍ମାଚରଣ ଅନ୍ତରାଳରେ ଲୁଚି ରହିଛି ଅନନ୍ତ ସୌନ୍ଦର୍ଯ୍ୟ, ଲାଳିତ୍ୟ ଓ ରହସ୍ୟ, କଳା, ସାହିତ୍ୟ, ଦର୍ଶନ ,ବିଜ୍ଞାନ ଭଳି ମଣିଷର ସମସ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ସୃଜନ ପ୍ରକ୍ରିୟାର ଗଭୀରତମ ପ୍ରେରଣା ହିଁ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ ଓ ରହସ୍ୟ।
ବଣ ଜଙ୍ଗଲରେ ବୁଲି ବୁଲି ଖଣ୍ଡେ ପଥର, ଗଛର ଡାଳ ଓ ଧନୁତୀର ସାହାଯ୍ୟରେ ଖାଦ୍ୟ ସଂଗ୍ରହ କରି ଜୀବନ ବିତାଉଥିବା ବାରବୁଲା ମଣିଷ ଖାଦ୍ୟ ରନ୍ଧନ , ଚାଷବାସ କରି ଶସ୍ୟ ଉତ୍ପାଦନ ଓ ବସତି ସ୍ଥାପନ କରି ସମାଜ ଗଠନ ଓ ସଂସ୍କୃତି ଗଢ଼ିବାର ଇତିହାସ ଗତ ପନ୍ଦର କୋଡ଼ିଏ ହଜାର ବର୍ଷର ମାତ୍ର। ଏହି ଅବଧି ମଧ୍ୟରେ ମଣିଷ ସୃଷ୍ଟି କରିଛି ବିବିଧ ଧର୍ମ ଓ ତତ୍ତ୍ଵ। କେତେବେଳେ ପ୍ରକୃତିର ଛତ୍ରେ ଛତ୍ରେ ପରିସ୍ଫୁଟ ଧର୍ମର ଅନୁଶୀଳନ କରି ଅବା କେତେବେଳେ ଆକସ୍ମିକ ପ୍ରାକୃତିକ ବିପର୍ଯ୍ଯୟର ଅଥବା ବିପଦ ଆପଦରେ ନିଜର ସମ୍ପୂର୍ଣ୍ଣ ଅସହାୟତାରେ ଭୀତତ୍ରସ୍ତ ହୋଇ ପ୍ରକୃତିକୁ ଶାନ୍ତ କରିବାର ପ୍ରାର୍ଥନା କରି କରି କେତେବେଳେ ଆକାଶ, ଚନ୍ଦ୍ର, ସୂର୍ଯ୍ୟ , ବୃକ୍ଷଲତା , ପଶୁପକ୍ଷୀ ତଥା କଳ୍ପନାର ମୂର୍ତ୍ତିମାନଙ୍କଠାରେ ଦେବତ୍ଵ ଆରୋପ କରିଛି ତ ଆଉ କେତେବେଳେ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ଉପଲବ୍ଧି ଆଧାରରେ ଏକେଶ୍ୱରବାଦ ଉପରେ ପ୍ରତ୍ୟୟ ସ୍ଥାପନ କରିଛି। ମନ୍ଦିର, ମସଜିଦ୍, ଗୀର୍ଜା, ପ୍ରଭୃତି ଦେବାଳୟମାନଙ୍କରେ ତଥା ଘରେ ଘରେ ମଣିଷ ଭଗବାନ ଓ ଦେବାଦେବୀଙ୍କ ନିକଟରେ ପୂଜାପାଠ ଓ ପ୍ରାର୍ଥନା କରି ନିଜର ସୁଖ ସମୃଦ୍ଧି, ସମାଜର ମଙ୍ଗଳ ଓ ସଂସାରର ଶୁଭ ମନାସି ଆସିଛି ସ୍ଵ ସ୍ଵ ମାର୍ଗରେ। ତେଣୁ କୁହାଯାଇଛି ବିଭିନ୍ନ ଧର୍ମ ଭିନ୍ନ ଭିନ୍ନ ପଥ ସଦୃଶ କିନ୍ତୁ ସବୁ ଧର୍ମର ଲକ୍ଷ୍ୟସ୍ଥଳ ଏକ ଆତ୍ମୋପଲବ୍ଧି ବସୁଧୈବକୁଟୁମ୍ବକମ୍ ର ଅନୁଭବ ଓ ସୃଷ୍ଟି ଏବଂ ସ୍ରଷ୍ଟା ମନସ୍କତା । ଦେବସେବା ହେଉ ମାନବରେ ଦେବତାର ଦର୍ଶନ ହେଉ। ଏହା ମାନବର ପ୍ରତି ଘରେ ଘରେ ହିଁ ସର୍ବଧର୍ମର ସମନ୍ଵିତ ସ୍ଵର।
ବିଡ଼ମ୍ବନାର କଥା ଯେ ସମୟର ପ୍ରବାହ ସହ ବିଭିନ୍ନ ଧର୍ମାବଲମ୍ବୀମାନେ ନିଜ ନିଜ ଧର୍ମର ଅନ୍ତର୍ନିହିତ ମହତ୍ତ୍ଵ ଓ ଦର୍ଶନ ପରିହାର ପୂର୍ବକ କର୍ମକାଣ୍ଡ ସର୍ବସ୍ଵ ହୋଇ ଚାଲିଛନ୍ତି। ନିଜ ଧର୍ମକୁ ଅନ୍ୟଠାରୁ ଉତ୍କୃଷ୍ଟ ଓ ଉଚ୍ଚତର ପ୍ରମାଣ କରିବା ପ୍ରଚେଷ୍ଟାରେ ହିଂସା, ଅତ୍ୟାଚାର ଓ ଯୁଦ୍ଧର ଆଶ୍ରୟ ନେବାକୁ ପଛାଉନାହାନ୍ତି। ଧର୍ମାନ୍ଧମାନଙ୍କର ତଥାକଥିତ ଧର୍ମଯୁଦ୍ଧରେ କୋଟି କୋଟି ମଣିଷ ପ୍ରାଣ ହରାଇବା ପୃଥିବୀ ଇତିହାସର କଥା, ଏପରିକି ଗୋଟିଏ ଗୋଟିଏ ଧର୍ମ ମଧ୍ୟରେ ମଧ୍ଯ ଅନେକ ଦ୍ଵନ୍ଦ ଓ ଅସୂୟାଭାବ ଯଥା କାଥଲିକ୍ ଓ ପ୍ରୋଟେଷ୍ଟାଣ୍ଟଙ୍କ ମଧ୍ୟରେ ସିଆ, ସୁନ୍ନିଙ୍କ ମଧ୍ୟରେ ଓ ହିନ୍ଦୁମାନଙ୍କର ଜାତି-ଜାତି ମଧ୍ୟରେ, ଫଳତଃ ପ୍ରତ୍ୟେକ ଧର୍ମରେ ମୌଳବାଦୀତ୍ୱର ଉତ୍ଥାନ ହେଉଛି। ମୌଳବାଦୀ ଚିନ୍ତାଧାରା ମୂଳରେ ନା ଥାଏ ସର୍ବ ଧର୍ମ ସମନ୍ଵୟୀ ଭାବନା ନା ଶାନ୍ତି, ସହାବସ୍ଥାନ ସଦଭାବର ସ୍ଵର ନା ଆତ୍ମିକ ଉତ୍ତରଣର ମନ୍ତ୍ର ନା ସୃଷ୍ଟି ସଙ୍ଗୀତ ନିମଗ୍ନତା ।
ଧାର୍ମିକ ପରମ୍ପରାଗୁଡ଼ିକର କର୍ମକାଣ୍ଡ ଆଧାରିତ ଓ ଧର୍ମଗୁଡ଼ିକର ସୃଷ୍ଟି ସହ ସମକାଳୀନ ପରମ୍ପରାଗୁଡ଼ିକର ମୂଳ ଲକ୍ଷ୍ୟ ସଧାରଣ ମଣିଷର ସାଂସାରିକ ଜୀବନଚର୍ଯ୍ୟାରେ ପୂଜା, ପ୍ରାର୍ଥନା ଓ ଧାର୍ମିକ ରୀତିନୀତି ସଂଯୋଜିତ କରି ମଣିଷରେ ଚେତନାରେ ଦେବ ଦେବୀ ଓ ସୃଷ୍ଟି କର୍ତ୍ତାଙ୍କ ପ୍ରତି ଭକ୍ତିଭାବ ଉଜ୍ଜୀବିତ କରିବା ମାଧ୍ୟମରେ ମଣିଷ ମଣିଷ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପ୍ରତିଷ୍ଠା କରିବା ମଣିଷର ଜୀବନକୁ ସତ୍ୟାଶ୍ରୟୀ ଓ ଶୁଦ୍ଧପୁତ କରିବା। ସମୟକ୍ରମେ ପରମ୍ପରାଗୁଡ଼ିକର ଆଧ୍ୟାତ୍ମିକ ଓ ଅଧିଭୌତିକ ଜଗତ ମ୍ବନ୍ଧିତ ଧାରଣା ସଂଯୋଜିତ ହେଲା। ଧାର୍ମିକ ଜଗତର ମୁଖ୍ୟମାନେ ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇବାର ପ୍ରଚେଷ୍ଟା କଲେ ଯେ ଶାସ୍ତ୍ରଗତ ବିଦ୍ୟା ଓ ଶାସ୍ତ୍ର ବର୍ଣ୍ଣିତ ପରମ୍ପରା ଅଲ ଘ
ଅପରିବର୍ତ୍ତନୀୟ ଓ ଧର୍ମ ଏକ ବିବର୍ତ୍ତନହୀନ ଶାସ୍ତ୍ର ଅବରୁଦ୍ଧ ନିର୍ଦ୍ଦେଶନାମା ।
ମଣିଷ ବିଶ୍ୱର ବିଶାଳତା ନିକଟରେ ଏକ ନଗଣ୍ୟ ପ୍ରାଣୀ, କିନ୍ତୁ ନିଜର ସୀମିତ ଧୀଶକ୍ତିର ଉପଯୋଗ କରି ପ୍ରକୃତିର ଅସୀମ ରହସ୍ୟ ଉନ୍ମୋଚନ ତଥା ପ୍ରାକୃତିକ ନୀତିନିୟମଗୁଡ଼ିକୁ ବୁଝିବାର ଅନୁସନ୍ଧିତ୍ସା ତାର ଅଦମ୍ୟ। ଏହାହିଁ ବୈଜ୍ଞାନିକ ଚିନ୍ତାଧାରାର ଖାଦ୍ୟ ପ୍ରେରଣା। ସେହି ଦୃଷ୍ଟିରୁ ମଧ୍ୟ କଳା, ସାହିତ୍ୟ, ସଙ୍ଗୀତ, ସଙ୍ଗୀତ ଓ ବିଜ୍ଞାନ ଭଳି ମଣିଷର ସମସ୍ତ ସୃଜନ ପ୍ରକ୍ରିୟା ପ୍ରାକୃତିର ସନ୍ନିବିଷ୍ଟ ସତ୍ୟ ଓ ସୌନ୍ଦର୍ଯ୍ୟ ଅନ୍ୱେଷଣର ଭିନ୍ନ ଭିନ୍ନ ଧାରା, ସୃଷ୍ଟି ସହ ଏକାତ୍ମତାର ମାର୍ଗ, ବିଶ୍ୱ ବିବର୍ତ୍ତନରେ ନିହିତ ଧର୍ମ ଉନ୍ମୋଚନର ମାର୍ଗ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ ଏ ସମସ୍ତ ବୌଦ୍ଧିକ ପ୍ରକ୍ରିୟା ମୁକ୍ତ ମାନସିକତାର ମାର୍ଗ। ଅଜ୍ଞାନତାର ଅନ୍ଧାରୀ ମୂଳକରୁ ଜ୍ଞାନାଲୋକ ଅନ୍ୱେଷଣର ଅସରନ୍ତି ପଥ।
ବୈଜ୍ଞାନିକ ଅଧ୍ୟୟନ ଓ ଗବେଷଣା ଧିର କିନ୍ତୁ ନିରନ୍ତର ଗତିରେ ଭୌତିକ ଓ ଗବେଷଣା ଧୀର କିନ୍ତୁ ନିରନ୍ତର ଗତିରେ ଭୌତିକ ଜଗତର ନୂଆ ନୂଆ ଚିତ୍ର ଚରିତ୍ର ଉଦଘାଟନ କରିବା ସହିତ ବିଜ୍ଞାନ ଓ ଧର୍ମଶାସ୍ତ୍ର ମଧ୍ୟରେ ଅସାମାନତାର ସୂତ୍ରପାତ ହେଲା। ୟୁରୋପରେ କାଥଲିକ ଚର୍ଚ୍ଚ ବିଜ୍ଞାନର ବିଚାରଧାରା ଓ ନିଷ୍କର୍ଷକୁ ଜ୍ଞାନ ଆହରଣର ପଥ ବା ସତ୍ୟ ବୋଲି ସ୍ୱୀକୃତି ଦେବାକୁ ପ୍ରସ୍ତୁତ ନଥିଲା। ସକ୍ରେଟିସଙ୍କୁ ବିଷ ଦେଇ ମାରି ଦିଆଗଲା। ଖ୍ରୀଷ୍ଟପୂର୍ବ ୩୯୯ ମସିହାରେ, ବ୍ରୁନୋଙ୍କୁ ୧୨୦୦ ମସିହାରେ ଜୀବନ୍ତ ପୋତି ଦିଆଗଲା ଓ ୧୨୩୩ ମସିହାରେ ଗାଲିଲିଓଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଗଲା। ସେମାନଙ୍କ ତର୍କନିଷ୍ଠ ମତାମତ ଓ ପରୀକ୍ଷା ନିରୀକ୍ଷା ଭିତ୍ତିକ ବୈଜ୍ଞାନିକ ଧାରଣାକୁ ଧର୍ମଶାସ୍ତ୍ର ବିରୋଧୀ ବିବେଚନା କରି। ୧୮୫୯ ମସିହାରେ ପ୍ରଦତ୍ତ ଡାରୱିନଙ୍କ ବିବର୍ତ୍ତନବାଦକୁ ମଧ୍ଯ ଚର୍ଚ୍ଚ ଗ୍ରହଣ କରିନଥିଲା। ଦେଢ଼ଶହ, ଦୁଇଶହ ବର୍ଷ ପରେ ଚର୍ଚ୍ଚ ଏହି ସବୁ ବିଷୟରେ ନିଜର ଭୁଲ ସ୍ଵୀକାର କରିଛି। ଇସଲାମ୍ ଧର୍ମରେ ମଧ୍ଯ ଆଲକାଏଦା , ତାଲିବାନ, ଲସ୍କର-ଇ-ତୋଇବା , ଜୈସ-ଇ- ମହମ୍ମଦ ଓ ଆଇ-ଏସ-ଆଇ-ଏସ୍ ଭଳି ମୌଳବାଦୀମାନେ ନିଜ-ନିଜର ଧର୍ମୀୟ ଚିନ୍ତାଧାରାକୁ ପ୍ରକୃତ ଧର୍ମ ବୋଲି ଭାବି ପୃଥିବୀର ବିଭିନ୍ନ ଦେଶରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ଓ ସନ୍ତ୍ରାସବାଦ ପ୍ରସାରରେ ସକ୍ରିୟ ଅଛନ୍ତି। ସେମାନଙ୍କ ଚିନ୍ତା ଚେତନାରେ ଯୁକ୍ତିତର୍କ, ଅନୁଧ୍ୟାନ, ଅନୁଶୀଳନ ଓ ପର୍ଯ୍ୟବେକ୍ଷଣର ସ୍ଥାନ ନାହିଁ। ଖ୍ରୀଷ୍ଟିୟାନ ଧର୍ମଯାଜକ ଓ ମୁସଲମାନ ଶାସକମାନେ ପ୍ରଲୋଭନ ଓ ଭୟ ପ୍ରୟୋଗ କରି ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ନିଜ ନିଜ ଧର୍ମକୁ ଧର୍ମାନ୍ତୀକରଣ କରିବାରେ ଶହ ଶହ ବର୍ଷ ଧରି ପ୍ରଚେଷ୍ଟାରେ ଅଛନ୍ତି। ଏହି ଧର୍ମ ପ୍ରଚାର ପ୍ରସାର କାର୍ଯ୍ୟକ୍ରମଗୁଡିକରେ ଆଧ୍ୟାତ୍ମିକତା ବା ନୀତି ନୈତିକତାର ଚିହ୍ନବର୍ଣ୍ଣ ନଥାଏ : ଥାଏ କେବଳ ଧାର୍ମିକ ବିସ୍ତାର ହିଂସା ଓ ଉତ୍ପୀଡ଼ନ।
ହିନ୍ଦୁ ଧର୍ମ ସର୍ବ ପୁରାତନ ଧର୍ମ ହେଲେ ଗପ ଏଥିରେ ଧର୍ମାନ୍ତରୀକରଣର ଦୃଷ୍ଟାନ୍ତ ବିରଳ। ଏହି ଧର୍ମରେ ଅନ୍ୟ ଧର୍ମାବଲମ୍ବୀମାନଙ୍କ ପ୍ରତି ଅସୂୟା ଓ ବା ଅସହିଷ୍ଣୁତା ପରିବର୍ତ୍ତେ ଶ୍ରଦ୍ଧା ଓ ସହାବସ୍ଥାନର ଭାବନା ପ୍ରଦର୍ଶିତ ହୋଇ ଆସିଛି। ବସୁଧୈବ କୁଟୁମ୍ବକମ୍ ନୀତି ହିଁ ଏହି ସମ୍ମାନବୋଧର ନିଦର୍ଶନ, ହିନ୍ଦୁଧର୍ମର କାଳଜୟୀ ଦର୍ଶନ ଭାବରେ ଅଦୈତବାଦର ପରାକାଷ୍ଠା ବିଶ୍ଵ ବନ୍ଦିତ। ସ୍ଥାବର ଜଙ୍ଗମ ସମଗ୍ର ସୃଷ୍ଟିକୁ ଗୋଟିଏ।
[00:20, 27/12/2022] @su: ଅକ୍ଷୟ ଅଭିନ୍ନ ସୂତ୍ରରେ ଗୁନ୍ଥି ହିନ୍ଦୁ ଦାର୍ଶନିକ ଉଦଘୋଷଣା କରିଛି । ସୋହଂ ବା ତତ୍ ଚ୍ୱଂଅସି । ପ୍ରତ୍ୟେକ ଜୀବାତ୍ମା ଓ ନିର୍ଜୀବ ମଧ୍ୟରେ ସେ ସନ୍ଧାନ କରିଛି ପରମାତ୍ମାର ଅଂଶ। ଶ୍ରୀମଦ ଭଗବତ ଗୀତାରେ ଏହି ଦର୍ଶନର ପୁନରକ୍ତି କରି କୁହାଯାଇଛି।
“ସର୍ବଭୂତେଷୁ ଯେନୈକଂ ଭାବମବ୍ୟ ମିକ୍ଷତେ , ଅଭିଭକ୍ତଂ ବିଭକ୍ତେଷୁ ତତଜ୍ଞାନ ବିଧି ସ୍ଵାଭିକମ । ” ଅର୍ଥାତ୍ ଭିନ୍ନ ଭିନ୍ନ ଭୁତ ସମୂହରେ ସର୍ବ ବ୍ୟାପକ ଏକ ଅବ୍ୟୟ ସତ୍ତାରୂପ ଭାବର ଉପଲବ୍ଧି ହିଁ ସାତ୍ତ୍ୱିକ ଜ୍ଞାନ। ଏହିଭଳି ଏକ ସୁଉଚ୍ଚ ଦର୍ଶନର ବଳୟ ମଧ୍ୟରେ ବୈଷ୍ଣବ, ଶୈବ ଓ ଶାକ୍ତ ଭଳି ବିଭିନ୍ନ ଗୋଷ୍ଠୀ ଓ ତେତିଶ କୋଟି ଦେବଦେବୀଙ୍କ ସ୍ତୁତି ଆରାଧନା ସହ ଏକେଶ୍ୱରବାଦ ପାରସ୍ପରିକ ସମ୍ମାନ ଭିତରେ ଶତାଦ୍ଦୀ ଶତାଦ୍ଦୀ ଧରି ସହାବସ୍ଥାନ କରି ଆସିଛନ୍ତି। ରାମାୟଣ, ମହାଭାରତ ଓ ପୁରାଣ ଆଦି ଗ୍ରନ୍ଥ ତଥା ଶଙ୍କରାଚାର୍ଯ୍ୟ, ରାମାନୁଜ, ନାନକ, କବୀରଙ୍କ ଭଳି ଅଗଣିତ ସାଧୁ ସନ୍ଥ ଗଣ ଏହି ଆଦର୍ଶ ଓ ଦର୍ଶନକୁ ସାଧାରଣ ଜନ ଜୀବନରେ ପ୍ରତିଫଳିତ କରିବାରେ ଯୁଗାନ୍ତକାରୀ ଭୂମିକା ନିର୍ବାହ କରିଆସିଛନ୍ତି। ସେହି ଆଦର୍ଶର ପ୍ରତିଫଳନ ସଦୃଶ ହିନ୍ଦୁ କେବଳ ନିଜକୁ ଅନ୍ଧାରରୁ ଆଲୋକକୁ, ଅସତ୍ୟରୁ ସତ୍ୟକୁ ଓ ମୃତ୍ୟୁରୁ ଅମରତ୍ବକୁ ନେବାର ପ୍ରାର୍ଥନା କରିନାହିଁ। ସେ ମଧ୍ଯ ପ୍ରାର୍ଥନା କରିଛି ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ଚନ୍ତୁ , ମା କଶ୍ଚିତ ଦୁଃଖବାତ ଭବେତ। ସମସ୍ତଙ୍କର ସୁଖ। ସୁଚିନ୍ତା ଓ ନିରାମୟ ଜୀବନ କାମନା କର।
ର୍ଶନ ଓ ଆଚାର ବିଚାରର ଉତ୍କର୍ଷ ସତ୍ତ୍ୱେ ହିନ୍ଦୁ ସମାଜରେ ଜାତିପ୍ରଥା ଭଳି ଏକ ଘୃଣ୍ୟ ପରମ୍ପରା କାୟା ବିସ୍ତାର କରି ରହିଛି। ନା ତା ପଛରେ ରହିଛି ଶାସ୍ତ୍ରୀୟ ଅନୁମୋଦନ ନା ବିଜ୍ଞାନର ସମର୍ଥନ। ଶ୍ରୀମଦ୍ ଭାଗବତ ଗୀତାରେ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀ ଚତୁବର୍ଣ୍ଣଂ ମୟା ସୃଷ୍ଟଂ ଗୁଣ କର୍ମ ବିଭାଗୀଶଃ । ଅର୍ଥାତ୍ ଗୁଣ କର୍ମ ଆଧାରରେ ମୁଁ ଚାରିବର୍ଣ୍ଣ ସୃଷ୍ଟି କରିଛି। ତାର ସ୍ପଷ୍ଟ ବିରୋଧ କରି ଜାତି କୁଳ ଜନ୍ମଗତ ଧାରଣା ବଳବତ୍ତର ହୋଇ ସାରିଛି। ଜାତିପ୍ରଥା ଓ ତତ୍ ପ୍ରେରିତ ଅସ୍ଫୃଶ୍ୟତା ଅତୀତର ଏକ ସମୃଦ୍ଧ ଭାରତୀୟ ସମାଜକୁ ଆଜିର ଏକ ଅନୁନ୍ନତ ଓ ଅଶିକ୍ଷିତ ଅବସ୍ଥାକୁ ଆଣିବାରେ ଯେ ପ୍ରମୁଖ ଭୂମିକା ନିର୍ବାହ କରିଛି ଏହା ଅନସ୍ୱୀକାର୍ଯ୍ୟ।
ଆଜିର ରାଜନୀତି ମଧ୍ଯ ଜାତିବାଦ କବଳିତ। ଜାତିପ୍ରଥା ସହ ବାଲ୍ଯ ବିବାହ, ସତୀଦାହ ପ୍ରଥା, ଦେବାଦେବୀଙ୍କ କ୍ରୋଧ ରୋଗର କାରଣ, ଜୀବନର ଶୁଭାଶୁଭ ଗ୍ରହମାନଙ୍କ ଗତି ଓ ଅବସ୍ଥିତି ନିର୍ଦ୍ଧାରିତ ନବଗ୍ରହ ମଧ୍ୟରେ ସୂର୍ଯ୍ୟ ଚନ୍ଦ୍ର ଦୁଇଟି ଗ୍ରହ ଇତ୍ୟାଦି ଭଳି ଅନେକ ଛୋଟବଡ଼ ଅନ୍ଧ ବିଶ୍ଵାସ ଓ ପ୍ରମାଦ ହିନ୍ଦୁ ଧର୍ମର ଆଚାର ବିଚାରକୁ କଳୁଷିତ କରି ଆସିଛନ୍ତି। ସମାଜ ସଂସ୍କାରକମାନଙ୍କ ଉଦ୍ୟମ ଓ ଜ୍ଞାନ ବିଜ୍ଞାନର ବିକାଶ ସହ କିଛି କିଛି ଅନ୍ଧବିଶ୍ଵାସରୁ ସମାଜ ମୁକ୍ତ ହୋଇଥିଲେ ମଧ୍ଯ ଆଉ ପରମ୍ପରା ନାଁରୁ ଶକ୍ତି ଆହରଣ କରି ଶକ୍ତିଶାଳୀ ହୋଇ ରହିଛନ୍ତି। ହିନ୍ଦୁ ଧର୍ମର ମୌଳବାଦୀମାନେ ମହାତ୍ମା ଗାନ୍ଧୀଙ୍କୁ ମହିଷାସୁର ଭାବରେ ଚିତ୍ରଣ କରିବାକୁ ନିବୃତ୍ତ ହେଉନାହାନ୍ତି।
ଭାରତ ଭୂଖଣ୍ଡର ପ୍ରଥମ ଦାର୍ଶନିକ ଭାବେ ବିବେଚିତ ବୃହସ୍ପତି କହିଛନ୍ତି ” କେବଳଂ ଶାସ୍ତ୍ର ମାଶ୍ରିତ୍ୟ ନ କୁର୍ଵନ୍ତି ବିନିର୍ଣ୍ଣୟମ । ” ଯୁକ୍ତିହୀନ ବିଚାର ଆଧାରରେ ଅନ୍ଧ ଭାବରେ ଶାସ୍ତ୍ର ଅନୁସରଣ କଲେ ଧର୍ମ ହାନୀ ହୋଇଥାଏ । ଆଇନ ଷ୍ଟାଇନ୍ ଙ୍କ ମତରେ ଧର୍ମ ବିନା ବିଜ୍ଞାନ ପଙ୍ଗୁ ଓ ବିଜ୍ଞାନ ବିନା ଧର୍ମ ଅନ୍ଧ। ଏହା ହିଁ ଚେତନାର ସ୍ଵର । ତେଣୁ ଜ୍ଞାନ ବିଜ୍ଞାନର ଉନ୍ମେଷ ସହ ଧାର୍ମିକ ପରମ୍ପରା ନୂତନ ସତ୍ୟ ଓ ମାନବବାଦ ଗ୍ରହଣ ପୂର୍ବକ ପରିମାର୍ଜିତ ହେଲେ ଧର୍ମ ଯଥାର୍ଥରେ ଶାଶ୍ୱତ ଓ ସନାତନ ହେବ, ଅନ୍ୟଥା ନୁହେଁ।
Comments are closed.