Latest Odisha News

BREAKING NEWS

ଇରାନ ଫୁଟବଲ ଖେଳାଳି ଅଲୀ ଦେଇଙ୍କ ପତ୍ନୀ ଓ ଝିଅକୁ ଦେଶ ବାହାରକୁ ଛଡାଗଲା ନାହିଁ

ତେହେରାନ: ଇରାନର ଷ୍ଟାର ଫୁଟବଲ ଖେଳାଳି ଅଲୀ ଦେଇ ମଙ୍ଗଳବାର ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଦେଶ ବାହାରକୁ ଛଡା ଯାଉ ନ ଥିବା ନେଇ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସୋମବାର ଅଲୀଙ୍କ ପତ୍ନୀ ତେହେରାନରୁ ଦୁବାଇ ପାଇଁ ଫ୍ଲାଇଟ ଟିକେଟ କରିଥିଲେ । ବିମାନ ଉଡିବା ପରେ ହଠାତ ଏହାର ରୁଟ ବଦଳାଯାଇ ଏକ ଆଇଲ୍ୟାଣ୍ଡରେ ଓହ୍ଲାଇ ଦିଆଯାଇଥିଲା । ସେମାନଙ୍କୁ ଗିରଫ କରାଯାଇ ନ ଥିଲେ ମଧ୍ୟ ହଠାତ କୌଣସି ସୂଚନା ନ ଦେଇ ଏ ଭଳି କାହିଁକି ଓହ୍ଲାଇ ଦିଆଗଲା ସେ ନେଇ ଅଲୀ ଚିନ୍ତା ବ୍ୟକ୍ତ କରିଛନ୍ତି । ଇରାନ ଏବେ ହିଜାବ ବିରୋଧୀ ଆନ୍ଦୋଳନ ୧୦୦ ଦିନରେ ପଂହଚିଛି । ସରକାରଙ୍କ ଦମନ ନୀତି ସତ୍ୱେ ଏହି ଆନ୍ଦୋଳନକୁ ବନ୍ଦ କରିବାରେ ପୋଲିସ ଏ ପର୍ଯ୍ୟନ୍ତ ସଫଳ ହୋଇନି ।

ଅଲୀ ହିଜାବ ବିରୋଧକୁ ସମର୍ଥନ କରି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ସରକାରଙ୍କୁ ଲୋକଙ୍କ କଥା ଶୁଣି ସମାଧାନ କରିବା ଉଚିତ । ଏହା ପରେ ପରେ ହଠାତ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ନେଇ ଉପରୋକ୍ତ ଘଟଣା ଘଟିଥିବାରୁ ସେ ଚିନ୍ତିତ ହୋଇ ପଡିଛନ୍ତି । ଇରାନ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.