Latest Odisha News

BREAKING NEWS

ଡିସେମ୍ବର ୩୧ରୁ ଏହି ୪୭ଟି ଫୋନରେ ଆଉ ଚାଲିବନି ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ଦିନ କେଇଟା ପରେ ନୂଆ ବର୍ଷ ଆସିବ । କାନ୍ଥରେ ଲାଗିଥିବା କ୍ୟାଲେଣ୍ଡର ବଦଳିବା ସହ ହ୍ୱାଟ୍ସଆପ୍ ଆଉ ଆପଣଙ୍କ ଫୋନରେ କାମ କରିବନି । ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏଣ୍ଡ୍ରୟଡ୍ ଓ ଆଇଫୋନର କେତେକ ମଡେଲରେ ଆଉ ଚାଲିବ ନାହିଁ ।

ହ୍ୱାଟ୍ସଆପ୍ ସେବା ବନ୍ଦ ହେବାକୁ ଥିବା ଫୋନ୍ ତାଲିକାରେ ଆପଲ୍, ଏଚଟିସି, ହୁୱେଇ, ଲେନୋଭୋ, ଏଲଜି, ସାମସଙ୍ଗ ଓ ସୋନି ଆଦି ବ୍ରାଣ୍ଡର ସ୍ମାର୍ଟଫୋନ୍ ରହିଛି ।

ତେବେ ନଜର ପକାଇ ନିଅନ୍ତୁ ନୂଆ ବର୍ଷରୁ କେଉଁ କେଉଁ ଫୋନରେ ସେବା ବନ୍ଦ କରିବ ହ୍ୱାଟ୍ସଆପ୍ । ରିପୋର୍ଟ ଅନୁସାରେ, ଡିସେମ୍ବର ୩୧ରୁ ହ୍ୱାଟ୍ସଆପ୍ ପ୍ରାୟ ୪୭ଟି ଫୋନରେ କାମ କରିବ ନାହିଁ । ଅର୍ଥାତ୍ ଆପଣଙ୍କ ପାଖେ ସ୍ମାର୍ଟଫୋନ୍ ଥିଲେ ମଧ୍ୟ ହ୍ୱାଟ୍ସଆପ୍ ଚାଲିବ ନାହିଁ । ମେସେଜ ପଠାଇ ପାରିବେନି କି କରି ପାରିବେନି ଭିଡିଓ କଲ୍ ।

ଜାନୁଆରୀ ପହିଲାରୁ ହ୍ୱାଟ୍ସଆପ୍ ଆପଲ୍ ଆଇଫୋନ୍ ୫, ଆଇଫୋନ୍ ୫ସିରେ ସପୋର୍ଟ କରିବ ନାହିଁ । ସେହିଭଳି ଏଚଟିସି ଡିଜାୟର ୫୦୦ ସହ ହୁୟେଇର ୬ଟି ମଡେଲରେ ହ୍ୱାଟ୍ସଆପ୍ ସେବା ବନ୍ଦ କରି ଦେବ । ଲେନୋଭୋର ଏ୮୨୦ ସହ ଏଲଜିର ୨୦ଟି ସ୍ମାର୍ଟଫୋନ୍, ସାମସଙ୍ଗ ଗାଲାକ୍ସିର ୭ଟି ଫୋନରେ ହ୍ୱାଟ୍ସଆପ୍ ଆଉ ଚାଲିବ ନାହିଁ । ସୋନି ଏକ୍ସପେରିଆର ୩ଟି ଓ ୱିକୋର ୨ଟି ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ସେବା ବନ୍ଦ ହୋଇ ଯିବ ।

Leave A Reply

Your email address will not be published.