Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି

ପୁରୀ: ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି ହୋଇଛି । ଏନେଇ ଆଜି ଶତାଧିକ ପୁରୀଵାସୀ ତାଙ୍କ ବାସଭବନ ଆଗରେ ପ୍ଲାକାର୍ଡ ଧରି ଅନୁରୋଧ କରିଛନ୍ତି । ପୁରୀ ସହରର ବିଭିନ୍ନ ସମସ୍ୟାରେ ପ୍ରିୟଦର୍ଶନ ପଟ୍ଟନାୟକ ସବୁବେଳେ ସ୍ୱର ଉତ୍ତୋଳନ କରିବା ସହ ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ହେଉଥିବାରୁ ସେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇବାକୁ ସ୍ଥାନୀୟ ଲୋକମାନେ ଆଜି ତାଙ୍କୁ ଅନୁରୋଧ କରିଛନ୍ତି ।

BjdElectrycity

ସେପଟେ ପୂର୍ବରୁ ବାରମ୍ବାର ଗଣମାଧ୍ୟମ ଆଗରେ ଶ୍ରୀଯୁକ୍ତ ପଟ୍ଟନାୟକ ରାଜନୀତି କରିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଥିବା ବେଳେ, ଲୋକଙ୍କ ଦାବି ଉପରେ ତିନି ଦିନ ମଧ୍ୟରେ ଉତ୍ତର ରଖିବେ ବୋଲି କହିଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିରର ଚାରିଦୁଆର ଭକ୍ତଙ୍କ ପାଇଁ ଖୋଲିବା ହେଉ କି ରତ୍ନଭଣ୍ଡାର ଖୋଲିବା ହେଉ କି ସମୁଦ୍ରକୂଳ ଓ ବଡଦାଣ୍ଡର ଉଠାଦୋକାନୀ ମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଆନ୍ଦୋଳନ ଓ ବିକ୍ଷୋଭ କରି ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ପ୍ରିୟଦର୍ଶନ ପଟ୍ଟନାୟକ ଲଗାତାର ପ୍ରଶାସନକୁ ଘେରୁଛନ୍ତି ।

ତେଣୁ ସେ ସ୍ୱାଧୀନ ଭାବେ ବିଧାୟକ ପ୍ରାର୍ଥୀ ହୋଇ ଲଢିଲେ ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Leave A Reply

Your email address will not be published.