Latest Odisha News

BREAKING NEWS

ବିବାଦ ଘେରରେ ପୀୟୁଷ ପଣ୍ଡାଙ୍କ ବୟାନ ’ତେଲିର ପୁଅ କିପରି ରାମ ମନ୍ଦିରର ଉଦଘାଟନ କରିପାରିବ’

କୋଲକାତା: ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତା ମାନଙ୍କର ବୟାନ ବାଜି ସେତେ ହେଉଛି । ବର୍ତ୍ତମାନ ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଆଦିକାରୀ ତୃଣମୁଳ କଂଗ୍ରେସ ନେତା ପୀୟୁଷ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଟିଏମସି ନେତା ଜାତିଆଣ ମନ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତି ବିଷୟରେ ଉଲ୍ଲେଖ କରି ପଣ୍ଡା ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନକୁ ନେଇ ପ୍ରଶ୍ନ ଉଠାଇଥିଲେ। ପଶ୍ଚିମବଙ୍ଗ ବିଜେପି ନେତା ସୁଭେନ୍ଦୁ ଏହାକୁ ଓବିସି ସମ୍ପ୍ରଦାୟକୁ ଅପମାନ ବୋଲି କହି ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି । ତେବେ ନିର୍ବାଚନ ସମୟରେ ଓବିସିକୁ ନେଇ ଉଠିଥିବା ଏହି ବିବାଦ ମମତା ବାନାର୍ଜୀଙ୍କ ସମସ୍ୟାକୁ ବଢାଇପାରେ । କାରଣ ବଙ୍ଗଳାରେ ପ୍ରାୟ ୧୬ ପ୍ରତିଶତ ଲୋକ ଓବିସି ସମ୍ପ୍ରଦାୟର ।

ସୂଚନାଯୋଗ୍ୟ ଯେ, ପୀୟୁଷ ପଣ୍ଡାଙ୍କ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶୁଣିବାକୁ ମିଳୁଛି ଯେ, ‘ଜଣେ ତେଲିର ପୁଅ କିପରି ରାମ ମନ୍ଦିରର ଉଦଘାଟନ ଓ ପୂଜା କରିପାରିବ। ଅସମ୍ପୂର୍ଣ୍ଣ ରାମ ମନ୍ଦିରର ଉଦଘାଟନ କରି ନରେନ୍ଦ୍ର ମୋଦି ଭଗବାନ ରାମଙ୍କ ନିନ୍ଦା କରିଛନ୍ତି । ଏକଥା ମୁଁ ନୁହେଁ ବରଂ ଶଙ୍କରାଚାର୍ଯ୍ୟମାନେ ମଧ୍ୟ କହିଛନ୍ତି । ମୋଦି ବହୁତ ଅହଂକାରୀ । ସେ ତେଲି ସମ୍ପ୍ରଦାୟର । ମୋଦୀ ମନ୍ଦିରର ଉଦଘାଟନ କରିବେ ବୋଲି ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରାଯାଉ ନାହିଁ।

ଏହାର ପ୍ରତିଉତ୍ତରେ ସୁଭେନ୍ଦୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମୁଁ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଅଧ୍ୟକ୍ଷ ଶ୍ରୀ ହଂସରାଜ ଗଙ୍ଗାରାମ ଅହୀରଜୀଙ୍କୁ ନିବେଦନ କରୁଛି କି ସେ ଓବିସି ସମାଜ ଉପରେ ହେଉଥିବା ଆକ୍ରମଣ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ । ଆଚାର ସଂହିତା ଉଲଙ୍ଘନକୁ ନେଇ ଏହି ନେତାଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ଉପରେ ପ୍ରତିବନ୍ଧ ଲଗାଯାଉ ବୋଲି ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିଏମସି ନେତା ପୀୟୁଷ ପଣ୍ଡା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ’ ତେଲି କା ବିଟା ‘ବୋଲି କହି ଅପମାନିତ କରିବାକୁ ଚେଷ୍ଟା କରିନାହାଁନ୍ତି ବରଂ ସମଗ୍ର ଓବିସି ସମ୍ପ୍ରଦାୟକୁ ମଧ୍ୟ ଅପମାନିତ କରିଛନ୍ତି। ସେ ତାଙ୍କ ଇସାରାରେ ଏହା ମଧ୍ୟ କହିଛନ୍ତି ଯେ, ଜୋତା ପଲିସି କରିବା ଓବିସି ସମ୍ପ୍ରଦାୟର ସଦସ୍ୟମାନଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟ।

ପଶ୍ଚିମବଙ୍ଗ ବିଜେପି ବିଧାୟକ ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଟିଏମସି ନେତା ପଣ୍ଡାଙ୍କ ଏହି ଭିଡିଓ ଶେୟାର କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହୋଇଥିବା ବିବାଦୀୟ ମନ୍ତବ୍ୟକୁ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ଏବଂ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave A Reply

Your email address will not be published.