Latest Odisha News

BREAKING NEWS

୩୧ ଯାଏଁ ରାଜଗାଙ୍ଗପୁରରେ ଲାଗିଲା କଟକଣା

ସୁନ୍ଦରଗଡ : ରାଜଗାଙ୍ଗପୁର ମ୍ୟୁନିସାପାଲିଟି ଅଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାରୁ ପ୍ରଶାସନ ପକ୍ଷରୁ ଆସନ୍ତାକାଲିଠାରୁ ୩୧ ଯାଏଁ କଟକଣା ଜାରି ହୋଇଛି ।

ସକାଳ ୬ଟାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଦିନ ଦୁଇଟା ପରେ ସାଧାରଣ ଲୋକଙ୍କ ଯାତାୟତ ଉପରେ ରୋକ୍ ଲାଗିଛି । କିନ୍ତୁ ଜରୁରୀ କାଳୀନ ସେବା ଯୋଗାଉଥିବା ଡାକ୍ତରଖାନା, ନର୍ସିଂହୋମ, ଦମକଳବାହିନୀ, ଟେଲିକମ ସେବା, ପେଟ୍ରୋଲ ପମ୍ପ, ଗଣମାଧ୍ୟମ ସଂସ୍ଥା, ଇଲେକ୍ଟ୍ରିକ୍ ଅଫିସ୍ ଆଦି ଖୋଲା ରହିବ ।

ବାହାଘର ଓ ଦଶାହ କାମ କୋଭିଡ୍ ନିୟମ ଅନୁଯାୟୀ କରାଯିବ । ଏଥି ସହ ପ୍ରଶାସନର ଅନୁମତି ନିହାତି ଦରକାର । ଜାତୀୟ ରାଜପଥ କଡ ଢାବା ଓ ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଖୋଲାରହିବ । କିନ୍ତୁ ସେଠାରେ ବସି ଖାଇବା ଅନୁମତି ଦିଆଯାଇନାହିଁ । ଏଠାରୁ କେବଳ ପାର୍ସଲ ନେଇପାରିବେ ଗ୍ରାହକ ।

ଏସବୁ ନିୟମ ନ ମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.