Latest Odisha News

ଥ୍ୟାଙ୍କ ୟୁ ମାହି

ରାଂଚି : ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆସନ୍ତୁ ଜାଣିବା କାହିଁକି ସମସ୍ତ କ୍ରିକେଟ ଖେଳୁଥିବା ଦେଶ ଧୋନୀଙ୍କ ଦକ୍ଷତାକୁ ମାନନ୍ତି ।
ଧୋନୀଙ୍କ କ୍ୟାରିୟର
୧.ମହେନ୍ଦ୍ର ସିଂ ଧୋନୀ ୩୫୦ ଦିନିକିଆରେ ୧୦,୭୭୩ରନ ସଂଗ୍ରହ କରିଛନ୍ତି । ଏଥିରେ ୧୦ ଶତକ ଓ ୭୩ ଅର୍ଦ୍ଧଶତକ ସାମିଲ ।
୨.ଅନ୍ତର୍ଜାତୀୟ ଟି୨୦ରେ ସେ ୯୮ ମ୍ୟାଚ ଖେଳି ୧୬୧୭ ରନ ସଂଗ୍ରହ କରିଛନ୍ତି । ଏଥିରେ ୨ ଅର୍ଦ୍ଧଶତକ ସାମିଲ ।
୩. ଟେଷ୍ଟ କ୍ରିକେଟରେ ସେ ୯୦ଟି ମ୍ୟାଚ ଖେଳି ୪୮୭୬ ରନ ହାସଲ କରିଛନ୍ତି । ଏଥିରେ ୬ ଶତକ, ୩୩ ଅର୍ଦ୍ଧଶତକ ରହିଛି ।
୪. ଧୋନୀଙ୍କ ନେତୃତ୍ୱରେ ଭାରତ ୩ଟି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଥିଲା । ୨୦୦୭ରେ ଟି୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ ଓ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ।
୪.୨୦୦୯ରେ ଟିମ୍ ଇଣ୍ଡିଆ ତାଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ବିଶ୍ୱର ୧ ନମ୍ବର ଟେଷ୍ଟ ଟିମ୍ ହୋଇଥିଲା ।
୫. ଅନ୍ତର୍ଜାତୀୟ କ୍ରିକେଟରେ ଧୋନୀ ସର୍ବାଧିକ ୧୯୫ ଷ୍ଟମ୍ପିଂ କରିଛନ୍ତି ।
୬. ଦିନିକିଆ କ୍ରିକେଟରେ ସର୍ବାଧିକ ୮୫ ଥର ଅପରାଜିତ ରହିଛନ୍ତି ।
୭. ପ୍ରଥମ ଉଇକେଟ କିପର ଭାବେ ୬୦୦ ଇନିଂସରେ କିପିଂ କରିଛନ୍ତି ।
୮.ଦିନିକଆରେ ଉଇକେଟକିପର ଭାବେ ସର୍ବାଧିକ ୧୮୩ଞ୍ଚ ରନ କରି ରେକର୍ଡ କରିଛନ୍ତି ।
୯.ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟେଷ୍ଟରେ କ୍ରମାଗତ ୧୧ ମ୍ୟାଚରେ ଅପରାଜେୟ ରହିଥିଲା । ଏଥିରେ ୮ ବିଜୟ, ୩ ଡ୍ର ସାମିଲ ।
୧୦. ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଦିନିକିଆରେ ୨୧୭ ଛକା ମାରିଛନ୍ତି ।

ସମ୍ମାନ
୧.ଆଇସିସି ଦିନିକିଆ ଖେଳାଳି-୨୦୦୮, ୨୦୦୯
୨.ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର-୨୦୦୭/୦୮
୩.ପଦ୍ମଭୂଷଣ-୨୦୧୮
୪.ଭାରତୀୟ ଆର୍ମିରେ ସମ୍ମାନଜନକ ଲୁ୍ୟଟନାଂଟ କୋଲନେଲ ପଦବୀ ପାଇଥିଲେ ।

Leave A Reply

Your email address will not be published.