Latest Odisha News

ଦୀପାବଳି ପରେ ହେବ ଓପିସିସିର ପୁନର୍ଗଠନ: ନିରଞ୍ଜନ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନର୍ଗଠନ ପ୍ରକ୍ରିୟା ଦୀପାବଳି ପରେ ଆରମ୍ଭ କରାଯିବ ବୋଲି ସୋମବାର ଦିନ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ପାର୍ଟି ଅଧ୍ୟକ୍ଷ ନିରଞ୍ଜନ କହିଛନ୍ତି, ଆସନ୍ତା ୨୪ରେ ଦଳର ପର୍ଯ୍ୟବେକ୍ଷକମାନଙ୍କୁ ନେଇ କଂଗ୍ରେସ ଭବନରେ ଏକ ବୈଠକ କରାଯିବ । ଏହି ବୈଠକରେ ପର୍ଯ୍ୟବେକ୍ଷକମାନେ ଗସ୍ତ କରିଥିବା ୩୩ଟି ସାଙ୍ଗଠନିକ ଜିଲ୍ଲାର ରିପୋର୍ଟ ପ୍ରଦାନ କରିବେ । ଯାହାକୁ ପରବର୍ତ୍ତୀ ସମୟରେ ଏଆଇସିସିଙ୍କ ନିକଟକୁ ପଠାଯିବ ।

ଆହୁରି ମଧ୍ୟ ଓପିସିସିର ଆକାର ଛୋଟ ହେବ ଏବଂ ଏହାବ୍ୟତିତ ସମସ୍ତ ଉପ କମିଟିକୁ ମଧ୍ୟ ଏଆଇସିସିର ନିର୍ଦ୍ଦେଶାନୁସାରେ ପୁନର୍ଗଠିତ କରାଯିବ । ଅପରପକ୍ଷରେ ଚଳିତ ବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଏହି ପୁନର୍ଗଠିତ ସମିତିର ସଦସ୍ୟ କରାଯିବ ବୋଲି ଓପିସିସି ଅଧ୍ୟକ୍ଷ ନିରଞ୍ଜନ ସୂଚନା ଦେଇ କହିଛନ୍ତି ।

ଏହାବ୍ୟତିତ ପ୍ରତିଥର ଭଳି ଏଥର ମଧ୍ୟ ବ୍ଲକ୍ କମିଟି ରହିବ କିନ୍ତୁ କୌଣସି ଜୋନାଲ୍ କମିଟି ରହିବ ନାହିଁ ବୋଲି ଏଆଇସିସି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

Leave A Reply

Your email address will not be published.