Latest Odisha News

BREAKING NEWS

ତୃତୀୟ ଟେଷ୍ଟ: ପରାଜୟର ଦ୍ୱାରଦେଶରେ ଦକ୍ଷିଣ ଆଫ୍ରିକା

ଋାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁÂିତ ହେଉଥିବା ୩ୟ ଟେଷ୍ଟର ୨ୟ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୧୩୨ ରନରେ ୮ଟି ୱିକେଟ ହରାଇ ଆସନ୍ନ ପରାଜୟର ସମ୍ମୁଖୀନ ହୋଇଛି । ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଇନିଂସରେ ୨୦୩ ରନରେ ପଛୁଆ ରହିଛି । ଭାରତୀୟ ବୋଲର୍ ମହମ୍ମଦ ସାମି ୩ଟି ଏବଂ ଉମେଶ ଯାଦବ ୨ଟି ଲେଖାଏଁ ୱିକେଟ କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି । ରବୀନ୍ଦ୍ର ଜାଡେ଼ଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ କରି ୱିକେଟ ଅକ୍ତିଆର କରିଛନ୍ତି ।

ଭାରତ ପ୍ରଥମ ଇନିଂସରେ ୭ ୱିକେଟରେ ୪୯୭ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଦକ୍ଷିଣ ଆଫ୍ରିକା ଦଳ ୧ମ ଇନିଂସରେ ୧୬୨ ଏବଂ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ମାତ୍ର ୪୧ ରନ କରିଛି ।

ଏଠାରେ ସୂଚନାଯୋଗ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୧ମ ଇନିଂସରେ ୨୧୨ ରନ ଏବଂ ଅଜିଙ୍କ୍ୟ ରାହାଣେ ୧୧୫ ରନ କରିଛନ୍ତି ।

Leave A Reply

Your email address will not be published.