Latest Odisha News

BREAKING NEWS

ହୋଟେଲର ଅଜବ ନିୟମ: ଖାଦ୍ୟ ଖାଇବା ସମୟରେ ମୋବାଇଲ ଦେଖିପାରିବେ ନାହିଁ ଗ୍ରାହକ

ଟୋକିଓ: ଖାଦ୍ୟ ଖାଇବା ସମୟରେ ଟିଭି ଦେଖିବା ଅନୁଚିତ୍ ବୋଲି ସମସ୍ତେ ପିଲାମାନଙ୍କୁ ପରାମର୍ଶ ଦେଇଥାନ୍ତିି । ଆଜିର ସମୟରେ ପିଲାମାନେ ଟିଭି ଅପେକ୍ଷା ମୋବାଇଲ ଏବଂ ଟାବଲେଟରେ ବ୍ୟସ୍ତ ରହୁଛନ୍ତି । କେବଳ ପିଲାମାନେ ନୁହଁନ୍ତି, ବୟସ୍କମାନେ ମଧ୍ୟ ଏଥିରେ ସମ୍ପୃକ୍ତ । ଖାଇବା ସମୟରେ ମୋବାଇଲ୍ ଦେଖିବା ଏକ ସାଧାରଣ କଥା ହୋଇଗଲାଣି । ଏଭଳି ପରିସ୍ଥିତିରେ ଜାପାନର ଏକ ହୋଟେଲଣ୍ଟ ଅଜବ ନିୟମ ରଖିଛି । ନିୟମଟି ହେଲା ଖାଇବା ସମୟରେ କୌଣସି ଗ୍ରାହକ ମୋବାଇଲ ଦେଖିପାରିବେ ନାହିଁ । ଏହି ନିୟମକୁ ଅଧିକାଂଶ ଲୋକ ପ୍ରଶଂସା କରିଛନ୍ତି । କିନ୍ତୁ ଯେତେବେଳେ ଆପଣ ଏହାର କାରଣ ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ ।

ଜାପାନର ଟୋକିଓରେ ରହିଛି ଦେବୁ ଚେନ୍ ନାମକ ଏକ ହୋଟେଲଣ୍ଟ । ଏହି ହୋଟେଲର ଖୁବ୍ ଚାହିଦା ମଧ୍ୟ ରହିଛି । ଏହି ହୋଟେଲର ରେମନ୍ ନୁଡୁଲ୍ସ ବେଶ୍ ପ୍ରସିଦ୍ଧ । ଏହାକୁ ଖାଇବାକୁ ହୋଟେଲରେ ପ୍ରବଳ ଭିଡ଼ ଜମେ । ଭିଡ଼ କମାଇବାକୁ ମାଲିକଙ୍କ ପାଇଁ କାଠିକର ହୋଇପଡ଼ିଲା । ଦିନେ ହୋଟେଲ ମାଲିକ ଲକ୍ଷ୍ୟ କଲେ ଏଠାରେ ଖାଉଥିବା ଲୋକେ ବେଶୀ ସମୟ ମୋବାଇଲ ଦେଖି ଦେଖି ଖାଉଛନ୍ତି । ଯାହାଦ୍ୱାରା ଅନ୍ୟଲୋକ ଜାଗା ନ ପାଇ ବାହାରେ ବହୁ ସମୟ ଅପେକ୍ଷା କରୁଛନ୍ତି଼ । ଫଳରେ ଭିଡ଼ ହେଉଛିି । ପରେ ହୋଟେଲ ମାଲିକ ଏକ ଅଜବ ନିୟମ କଲେ । ତାହା ଥିଲା- ଖାଇବା ସମୟରେ କେହି ମୋବାଇଲ ଦେଖିପାରିବେ ନାହିଁ । ଶୀଘ୍ର ଖାଆନ୍ତୁ ଏବଂ ଜାଗା ଛାଡିଦିଅନ୍ତୁ । ଏଠାରେ ମୋବାଇଲ୍ ଫୋନ୍ ଉପରେ ପ୍ରତିବନ୍ଧକ ଲଗାଇଦେଲେ । ଅଧିକାଂଶ ଲୋକ ଏହି ନିୟମକୁ ପ୍ରଶଂସା କରିବା ସହ ମାନିବାକୁ ବାଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.