Latest Odisha News

BREAKING NEWS

ରାହୁଲଙ୍କୁ ବିଜୁଳି ବେଗରେ ବିଦା କଲେ କିନ୍ତୁ ବିଜେପି ସାଂସଦଙ୍କ ବେଳକୁ ବିଳମ୍ବ କାହିଁକି : ଖଡଗେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ମୋଦି ସରକାର ଡବଲ୍ ଷ୍ଟାଣ୍ଡାର୍ଡ ନୀତି ଆପଣାଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଖଡ଼ଗେ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ବିଜୁଳି ବେଗରେ ଅଯୋଗ୍ୟ ସାଂସଦ ଘୋଷିତ କରିବାକୁ ସାମାନ୍ୟ ବିଳମ୍ବ କଲେ ନାହିଁ ସରକାର କିନ୍ତୁ ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ଗୁଜୁରାଟର ଜଣେ ସାଂସଦଙ୍କ ଉପରେ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଏହା ହିଁ ମୋଦି ସରକାରଙ୍କ ଦୋ ମୁହଁ ନୀତିକୁ ଦର୍ଶାଉଛି।

ଏଠାରେ କହିରଖିବାକୁ ଚାହିଁବୁ, ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଆବେଦନକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ମଞ୍ଜୁର କରଛନ୍ତି । ଯାହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ ତାରିଖରେ ହେବ ।

Leave A Reply

Your email address will not be published.