Latest Odisha News

BREAKING NEWS

ବାଲେଶ୍ୱରରେ ଚାଞ୍ଚଲ୍ୟ: ପ୍ରଫେସରଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର

ବାଲେଶ୍ୱର : ସାମାନ୍ୟ କଥା କଟାକଟିରୁ ଗୁଳିମାଡ । ଏପରି ଘଟଣା ଘଟିଛି ବାଲେଶ୍ୱର ଗଡ଼ଗଡ଼ିଆ ଛକ ଏସବିଆଇ ବ୍ରାଞ୍ଚ ନିକଟରେ ଥିବା ସଞ୍ଜୟ ହାଇଟ୍ସ ଆପଟମେଂଟରେ । ଜଣେ ଅବସରର ପ୍ରାପ୍ତ ପ୍ରଫେସର ଅନ୍ୟ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗାଡି ପାର୍କିଂକୁ ନେଇ ଅବସରପ୍ରାପ୍ତ ପ୍ରଫେସର ଓ ଇଲୋକ୍ଟ୍ରୋନିକ୍ସ ବ୍ୟବସାୟୀ ଆନନ୍ଦଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅବସରପ୍ରାପ୍ତ ପ୍ରଫେସର ଏକ ବନ୍ଧୁକ ଆଣି ଆନନ୍ଦଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ଆନନ୍ଦଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି ।

Leave A Reply

Your email address will not be published.