Latest Odisha News

BREAKING NEWS

୩୭ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ

କେନ୍ଦ୍ରାପଡା : ପାଟକୁରା ପୋଲିସକୁ ସଫଳତା । ଦୀର୍ଘ ୩୭ ବର୍ଷ ପରେ ଧରାପଡିଲା ଅପରାଧୀ । ଏକ ଡକାୟତି ଘଟଣାରେ ଫେରାର ହୋଇ ପୋଲିସ ସହ ଲୁଚକାଳି ଖେଳୁଥିବା ଜଣେ ଅପରାଧୀକୁ ୩୭ ବର୍ଷ ପରେ ଗିରଫ କରିଛି ପାଟକୁରା ପୋଲିସ ।

ସୂଚନା ଅନୁସାରେ, କେନ୍ଦ୍ରାପଡା ପାଟକୁରା ଥାନା ଭଦିଳୋ ଗାଁର ଅକ୍ଷୟ ଜେନା ୧୯୮୪ ମସିହାରେ ଯାଜପୁର ରୋଡ଼ ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଘଟଣାରେ ସଂପୃକ୍ତ ଥିଲା । ସେବେଠାରୁ ଫେରାର ଅକ୍ଷୟ ଫେରାର ଥିବା ବେଳେ, ତାକୁ ଧରିବାକୁ ଚେଷ୍ଟା ଚଳାଇ ଆସିଥିଲା ପୋଲିସ । ଏପରିକି ଅକ୍ଷୟ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା । ବାରମ୍ବାର ପୋଲିସ ବିଫଳ ହେବା ପରେ ଅକ୍ଷୟ ତା ନିଜ ଘରେ ରହୁଥିବା ଖବର ପାଇଥିଲା ପାଟକୁରା ପୋଲିସ । ଏହାପରେ ପୋଲିସ ଭଦିଳୋସ୍ଥିତ ଘରେ ଚଢ଼ାଉ କରି ଅଭିଯୁକ୍ତ ଅକ୍ଷୟକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ପରେ ଅକ୍ଷୟକୁ କୋର୍ଟ ଚାଲାଣ କରାଯାଇଛି । ପାଟକୁରା ପୋଲିସର ଏହି କାର୍ଯ୍ୟ ପାଇଁ ପୋଲିସ ଡିଜି ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.