Latest Odisha News

BREAKING NEWS

ଓଡିଶା ଛାଡୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛାଡୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ଜାରି ହୋଇଥିବା ଏକ ବୁଲେଟିନରୁ ଜଣାପଡିଛି ।

ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ବାୟୁ ସୋମବାର ଦିନ ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର ଓ ମୟୁରଭଞ୍ଜ ଭଳି ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରୁ ପ୍ରତ୍ୟାବର୍ତନ କରିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରୂପେ ଓଡିଶା ଛାଡିବା ନେଇ ଆଶା କରାଯାଉଛି ।

ଆହୁରି ମଧ୍ୟ ମଙ୍ଗଳବାର ଦିନ ଅପରାହ୍ନ ବେଳକୁ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

ଏହାବ୍ୟତିତ ଆସନ୍ତା ୧୬ରୁ ୧୯ ତାରିଖ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଉପକୂଳ ଓଡିଶାରେ ସାଧାରଣତଃ ପାଗ ଶୁଖିଲା ରହିବା ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଯାହାର ପରିଣାମସ୍ୱରୂପ ରାତିର ତାପମାତ୍ରା କମିବା ସହ ଅକ୍ଟୋବର ୨୧ ତାରିଖ ବେଳକୁ ଧିରେଧିରେ ପାଗରେ ପରିବର୍ତ୍ତନ ଆସିବ ।

Comments are closed.