Latest Odisha News

‘ସରି ବାବୁ’କୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । କେତେବେଳେ ତାଙ୍କର ସୁଶାନ୍ତଙ୍କ ସହ ସମ୍ପର୍କୁ ନେଇ ପ୍ରଶ୍ନ ଉଠୁଛି ତ କେତେବେଳେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସଂପୃକ୍ତିକୁ ନେଇ । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ ବେଳେ ସେ ‘ସରି ବାବୁ’ କହିବା ବି ତାଙ୍କୁ ବିବାଦ ଭିତରକୁ ଟାଣି ଆଣିଛି ।

ତେବେ ‘ସରି ବାବୁ’ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରିୟା । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଜଣଙ୍କ ମୃତ୍ୟୁ ହେବା ପରେ କଣ ବା ଆଉ କୁହାଯାଏ । ସେ ଦୁଃଖିତ ଯେ ସୁଶାନ୍ତ ତାଙ୍କ ଜୀବନ ହାରିଥିବାରୁ ସେ ଦୁଃଖ ପ୍ରକାଶ କଲେ ଯାହାକୁ ନେଇ ଅନ୍ୟମାନଙ୍କ ପାଖରେ ସେ ଚର୍ଚ୍ଚାର ବ୍ୟିୟ ପାଲଟିଛନ୍ତି ।

ସୁଶାନ୍ତଙ୍କ ଶେଷକୃତ୍ୟରେ ଉପସ୍ଥିତ ରହିବା ପାଇଁ ରିୟାଙ୍କ ଇଚ୍ଛା ଥିଲେ ମଧ୍ୟ ସେ ଯୋଗ ଦେଇଥିଲେ । କାରଣ ତାଙ୍କର ଦୁଇ ତିନି ଜଣ ବନ୍ଧୁ ତାଙ୍କୁ ଶେଷକୃତ୍ୟରେ ଯୋଗ ଦେବା ପାଇଁ ମନା କରିଥିବା ରିୟା କହିଛନ୍ତି । ସୁଶାନ୍ତଙ୍କ ପରିବାର ଲୋକେ ସେ ଯୋଗ ଦିଅନ୍ତୁ ତାହା ଚାହୁଁ ନଥିବା ତାଙ୍କ ବନ୍ଧୁମାନେ ତାଙ୍କୁ କହିଥିଲେ ବୋଲି ରିୟା କହିଛନ୍ତି ।

କିନ୍ତୁ ସୁଶାନ୍ତଙ୍କୁ ଶେଷ ଦର୍ଶନ କରିବାକୁ ଇଚ୍ଛା ରଖିଥିଲା ରିୟା ଶବ ବ୍ୟବଚ୍ଛେଦ ପରେ ତାଙ୍କୁ ମାତ୍ର ତିନିରୁ ଚାରି ସେକେଣ୍ଡ ପାଇଁ ଦେଖିଥିଲେ । ଏହି ସମୟରେ ସେ ସୁଶାନ୍ତଙ୍କ ପାଦ ଛୁଇଁବା ସହ ସରି ବାବୁ କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ରିୟା କହିଛନ୍ତି ଜଣେ ଜୀବନ ହାରିଛି ସେଠି ଆଉ କଣ କୁହାଯାଏ । ଆଉ ମୃତକଙ୍କ ପାଦ ଛୁଇଁ ଶ୍ରଦ୍ଧାଂଜଲି ଜଣାଇବା ତ ଭାରତୀୟ ପରମ୍ପରା ଅଟେ ।

Leave A Reply

Your email address will not be published.