Latest Odisha News

BREAKING NEWS

ଅକ୍ଟୋବରରେ ନୂଆ ଏୟାର ଡିଫେନ୍ସ କମାଣ୍ଡର ଘୋଷଣା କରିପାରେ ପ୍ରତିରକ୍ଷା ମନ୍ତ୍ରଣାଳୟ !

ନୂଆଦିଲ୍ଲୀ: ଚୀନ୍ ଓ ଭାରତ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ।

BjdElectrycity

ଡିପାର୍ଟମେଣ୍ଟ ଅଫ୍ ମିଲିଟ୍ରି ଅଫାୟର୍ସ ପକ୍ଷରୁ ସଶସ୍ତ୍ର ବଳକୁ ପୁନର୍ଗଠନ କରିବା ପ୍ରକିୟା ଜୋରଦାର୍ ଆରମ୍ଭ ହୋଇଛି । ଯେଉଁଥିପାଇଁ ପ୍ରୟାଗରାଜରେ ଆସନ୍ତା ଅକ୍ଟୋବର ମାସରେ ଭାରତୀୟ ବାୟୁ ସେନା ଅନ୍ତର୍ଗତ ଏକ ନୂଆ ଏୟାର ଡିଫେନ୍ସ କମାଣ୍ଡ ସ୍ଥାପିତ କରାଯାଇପାରେ ।

ଏଏନଆଇରେ ପ୍ରକାଶିତ ରିପୋର୍ଟ ମୁତାବକ ଜଣେ ସରକାରୀ ଅଧିକରୀ କହିଛନ୍ତି ଯେ ବାୟୁସେନା ଅଧିକାରୀଙ୍କ ନିର୍ଦ୍ଦେଶନରେ କମାଣ୍ଡର ସରଞ୍ଚନା ପ୍ରସ୍ତୁତି କାମ ଜୋରଦାର କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ୮ ତାରିଖରେ ଏୟାରଫୋର୍ସ ଡେ’ ପାଖାପାଖି ସମୟରେ ପ୍ରୟାଗରାଜରେ ଏୟାର ଡିଫେନ୍ସ କମାଣ୍ଡର ସ୍ଥାପନାର ଘୋଷଣା କରାଯାଇପାରେ ।

ଏୟାର ଫୋର୍ସ କମାଣ୍ଡର ଗଠନ ଭାରତୀୟ ବାୟୁସେନାର ସେଣ୍ଟ୍ରାଲ୍ କମାଣ୍ଡ ମୁଖ୍ୟାଳୟ ସହ କରାଯିବା ନେଇ ପ୍ରସ୍ତାବିତ ହୋଇଛି ।

ଯାହା ଆଗ୍ରା, ଗୋୱାଲିୟର ଓ ବରେଲି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଏୟାର ବେସକୁ ନିୟନ୍ତ୍ରିତ କରାଯାଇ ପାରିବ ବୋଲି ସୁତ୍ରରୁ ପ୍ରକାଶ ।

 

 

Leave A Reply

Your email address will not be published.