Latest Odisha News

BREAKING NEWS

ଘରର ଏହି କୋଣରେ ରଖନ୍ତୁ ମନି ପ୍ଲାଣ୍ଟ: ଭରିଯିବ ସୁଖଶାନ୍ତି !

‍‍ଭୁବନେଶ୍ୱର: ଘରର ବାସ୍ତୁଦୋଷ ଥିଲେ ଏହାର ସମାଧାନ ପାଇଁ ଅନେକ ଲୋକ ଅନେକ ଉପାୟ ଅବଲମ୍ବନ କରନ୍ତି। ବସ୍ତୁଦୋଷ କାଟିବା ପାଇଁ ଅନେକ ଜିନିଷ ଘରେ ଆଣି ରଖନ୍ତି । ତେବେ ବାସ୍ତୁଦୋଷ ଥାଉ କି ନଥାଉ, ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ଘରେ ରଖିଲେ ଧନ ବଢ଼ିବା ସହିତ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି । ସେଥିରୁ ଗୋଟିଏ ହେଉଛି ମନି ପ୍ଲାଣ୍ଟ୍‌।

ଆଜିକାଲି ପ୍ରାୟ ପ୍ରତ୍ୟେକଙ୍କ ଘରେ ମନି ପ୍ଲାଣ୍ଟ୍‌ ଦେଖିବାକୁ ମିଳେ। ସମସ୍ତେ ଯେ ଧନବୃଦ୍ଧି ପାଇଁ ଏହାକୁ ରଖିଥା’ନ୍ତି, ସେୟା ନୁହେଁ। ଅନେକ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏହାକୁ ଘରେ ରଖିଥା’ନ୍ତି।

ତେବେ ଆପଣ ଯେଉଁଥିପାଇଁ ବି ଘରେ ମନି ପ୍ଲାଣ୍ଟ୍‌ ରଖିଥା’ନ୍ତୁ ନା କାହିଁକି, ଯଦି ଏହାକୁ ସଠିକ ଦିଗରେ ରଖି ନଥାନ୍ତି ତେବେ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ ।

ଜାଣନ୍ତୁ, ମନି ପ୍ଲାଣ୍ଟକୁ କେଉଁ ଦିଗରେ ରଖିବା ଉଚିତ..

ମନି ପ୍ଲାଣ୍ଟକୁ ଘର ବାହାରେ ଲଗାନ୍ତୁ ନାହିଁ। ଏହାକୁ ଘର ଭିତରେ ଲଗାନ୍ତୁ। ଏହାକୁ କାଚ ବୋତଲରେ ପାଣି ଭର୍ତ୍ତି କରି ଆପଣ ରଖିପାରିବେ।

ଘରର ଉତ୍ତର-ପୂର୍ବ ଦିଗରେ ମନି ପ୍ଲାଣ୍ଟ ରଖନ୍ତୁ ନାହିଁ। ଏହାଦ୍ୱାରା ଘର ଲୋକଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼େ।

ପୂର୍ବ-ପଶ୍ଚିମ ଦିଗରେ ବି ମନି ପ୍ଲାଣ୍ଟକୁ ରଖନ୍ତୁ ନାହିଁ। ଏହା ଦାମ୍ପତ୍ତ୍ୟ ଜୀବନକୁ ପ୍ରଭାବିତ କରେ।

ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ। ଏହି ଦିଗରେ ଏ ଗଛକୁ ରଖିଲେ ଘରେ ସୁଖସମୃଦ୍ଧି ବଢ଼େ।

ଖରା ପଡ଼ୁଥିବା ସ୍ଥାନରେ ଏହାକୁ ରଖନ୍ତୁ ନାହିଁ। ମନି ପ୍ଲାଣ୍ଟର କୌଣସି ପତ୍ର ସାମାନ୍ୟ ଶୁଖିଗଲେ, ତାକୁ ଆଉ ରଖନ୍ତୁ ନାହିଁ। ସେହି ପତ୍ରଟିକୁ ଛିଣ୍ଡାଇ ଦିଅନ୍ତୁ।

 

Leave A Reply

Your email address will not be published.