Latest Odisha News

କାହାକୁ ଗୋଲ୍ଡେନ ବୁଟ୍, ଗୋଲ୍ଡେନ ବଲ୍ ଓ ଗୋଲ୍ଡେନ୍ ଗ୍ଲୋଭ୍ ?

ନୂଆଦିଲ୍ଲୀ: ଏବର୍ଷର ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ପେଲେ ଓ ଡିଏଗୋ ମାରାଡୋନାଙ୍କ ନାଁ ପରେ ନିଜ ନାଁକୁ ଲେଖିଛନ୍ତି ଲିଓନେଲ୍ ମେସି । କତାରର ଲୁସେଲ୍ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନାଟକୀୟ ଢଙ୍ଗରେ ପେନାଲ୍ଟି ସୁଟଆଉଟ୍ କରି ଫ୍ରାନ୍ସକୁ ଆର୍ଜେଣ୍ଟିନା ହରାଇବା ପରେ ବିଶ୍ୱ କପ ଧରିଛନ୍ତି ମେସି ।

BjdElectrycity

ଗୋଲ୍ଡେନ ବୁଟ୍

ଫିଫା ବିଶ୍ୱକପ୍ ରେ  ମେସିଙ୍କୁ ପଛରେ ପକାଇ ଗୋଲ୍ଡେନ ବୁଟ ନେଇଛନ୍ତି ଫ୍ରାନ୍ସର ଏମ୍ ବାପ୍ପେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ହ୍ୟାଟ୍ରିକ କରିଛନ୍ତି । ୧୯୬୬ରେ ଜର୍ମାନୀ ବିପକ୍ଷରେ ଇଂଲଣ୍ଡର ଗିଓଫ୍ ହର୍ଷ୍ଟ ବିଶ୍ୱ କପ୍ ମ୍ୟାଚରେ ହ୍ୟାଟ୍ରିକ କରିବା ପରେ ଏବାପ୍ପେ ହେଉଛନ୍ତି ଦ୍ୱିତୀୟ ହ୍ୟାଟ୍ରିକ ସ୍କୋରର । କତାର ବିଶ୍ୱକପ୍ ଫାଇନାଲରେ ଏହି ୨୩ବର୍ଷୀୟ ଟପ୍ ସ୍କୋରର ୮ଟି ଗୋଲ୍ ନେଇଛନ୍ତି ।

ଗୋଲ୍ଡେନ ବଲ୍

ଫୁଟବଲ୍ ବିଶ୍ୱକପ୍ ଇତିହାସରେ ଆର୍ଜେଣ୍ଟିନାର ସର୍ବାଧିକ ଗୋଲ୍ ସ୍କୋରର୍  ମେସି ଏହି ଫାଇନାଲରେ ଏକାଧିକ ରେକର୍ଡ ହାସଲ କରିଛନ୍ତି । ୨୦୧୪ ପରେ ଏବେ ପୁଣି ସେ ଗୋଲ୍ଡେନ ବଲ୍ ହାସଲ କରିଛନ୍ତି । ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟଗୁଡିକରେ ସେ ୨୬ ଗୋଲ୍ ଦେଇସାରିଛନ୍ତି ।

ଗୋଲ୍ଡେନ ଗ୍ଲୋଭ୍ସ୍

ଆଜେଣ୍ଟିନା ଗୋଲ୍ କିପର୍ ଏମିଲିଆନୋ ମାର୍ଟିନେଜ୍ ଗୋଲ୍ଡେନ୍ ଗ୍ଲୋଭ୍ସ୍ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏକ୍ସ୍ଟ୍ରା ଟାଇମର ଶେଷ ସମୟରେ ଦଳକୁ ସେ ସୁରକ୍ଷା ଦେଇ ଆର୍ଜେଣ୍ଟିନା ପାଇଁ ହିରୋ ପାଲଟିଯାଇଛନ୍ତି ।

ୟଙ୍ଗ୍ ପ୍ଲେଅର୍

ସେହିପରି ଆର୍ଜେଣ୍ଟିନା ମିଡଫିଲ୍ଡର ଏଞ୍ଜୋ ଫର୍ଣ୍ଣାଣ୍ଡିଜ୍ ଟୁର୍ଣ୍ଣାମେଣ୍ଟର ୟଙ୍ଗ୍ ପ୍ଲେଅର୍ । ୨୧ ବର୍ଷୀୟ ଏଞ୍ଜୋ ଆର୍ଜେଣ୍ଟିନା-ମେକ୍ସିସୋ  ମୁକାବିଲାରେ ପ୍ରଥମ ଗୋଲ୍ ନେଇଥିଲେ ।

Leave A Reply

Your email address will not be published.